ତାଳଗୁରାଣ୍ଡି ଗାଁ ନିକଟରେ ଟ୍ରାକ୍ଟର ଓଲଟି ୨ ମୃତ, ୬ ଗୁରୁତର ।

୨୨/୧୧(ପିପିଟି):- ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ସୀମାନ୍ତ ତାଳଗୁରାଣ୍ଡି ଗାଁ ନିକଟରେ ଏକ ଟ୍ରାକ୍ଟର ଓଲଟି ପଡ଼ିବାରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ଦ୍ୱୟ ହେଉଛନ୍ତି- ଜଗନ୍ନାଥ ଭୂୟାଁ (୪୩) ଓ ଡେରା ଶବର (୪୮) । ମୃତାହତମାନେ ଗଞ୍ଚାମ ଜିଲ୍ଲା ପାତ୍ରପୁର ବ୍ଲକ୍ ଗୁଡ଼ିପଦର ଗାଁର। ଗତକାଲି ଗାଁର ପ୍ରାୟ ୧୦/୧୨ ଜଣ ପୁରୁଷ ଓ ମହିଳା ଏହି ଟ୍ରାକ୍ଟର ଯୋଗେ ଚିକିଟି ବ୍ଲକ୍‌କୁ ଏକ ରାଜନୀତିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ। ତାଳଗୁରାଣ୍ଡି ନିକଟରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଘଟଣାସ୍ଥଳରେ ଜଗନ୍ନାଥ ଭୂୟାଁ ଓ ଡେରା ଶବରଙ୍କ ମୃତ୍ୟୁ ଘଟିଥିଲା। ଗୁରୁତର ଆହତଙ୍କୁ ନିକଟସ୍ଥ କାଞ୍ଚିଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, ଯାହା ଆନ୍ଧ୍ର ପ୍ରଦେଶରେ ଅବସ୍ଥିତ । ଦୁର୍ଘଟଣା ସଂପର୍କରେ ଖବର ପାଇ ଉଭୟ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ଘଟଣାଟି ଆନ୍ଧ୍ର ପ୍ରଦେଶର କାଞ୍ଚିଲି ଅଞ୍ଚଳରେ ଘଟିଥିବା ଜଣାପଡ଼ିବା ପରେ ସେଠାକାର ପୁଲିସ୍ ଏହାର ତଦନ୍ତ କରୁଥିବା ସୂଚନା ମିଳିଛି ।

ରିପୋର୍ଟ -:- ଆରତ କୁମାର ହୋତା

Comments (0)
Add Comment