ଭଞ୍ଜନଗର, ୨୦/୦୪(ପିପିଟି) : ଭଞ୍ଜନଗର ତାଲୁକ୍ ଆଇନ ସେବା କମିଟି ପକ୍ଷରୁ ରବିବାର ଦିନ ଗାୟଗଣ୍ଡା ସ୍ଥିତ ଗ୍ରାମ ବିକାଶ ବିଦ୍ୟା ବିହାର ପରିସରରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ତାଲୁକ୍ ଆଇନ ସେବା କମିଟି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଜଜ୍ ଦେବଦତ୍ତ ପଟ୍ଟନାୟକ ଯୋଗ ଦେଇ ସମାଜରେ ଜଣେ ବ୍ୟକ୍ତିଙ୍କ ଆଇନଗତ ଅଧିକାର ବାବଦରେ କହିବା ସହ ଜେ ଜେ(ସିପିସି) ଆକ୍ଟ ବିଷୟରେ ସବିଶେଷ ବର୍ଣ୍ଣନା କରିଥିଲେ।ସେହିପରି ସଦସ୍ୟ ଡ଼ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ଏଫଆଇଆର ବିଷୟରେ ସଂପୂର୍ଣ୍ଣ ସୂଚନା ଦେଇଥିଲେ ।ଅନ୍ୟତମ ସମ୍ମାନିତ ଅତିଥି ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସୁଜିତ୍ କୁମାର ନାୟକ ନୁତନ ଭାରତୀୟ ନ୍ୟାୟ ସଂହିତାରେ ବର୍ଣ୍ଣିତ ଜିରୋ ଏଫଆଇଆର ବିଷବସ୍ତୁ ବାବଦରେ କହିଥିଲେ। ଭଞ୍ଜନଗର ଏସଡ଼ିଜେଏମ ସୌମ୍ୟ ରଞ୍ଜନ ପୃଷ୍ଟି ବେଲ, ସମନ୍ ଓ ୱାରେଣ୍ଟ ବିଷୟରେ ଆଲୋଚନା କରିବା ସହ ବିଏନଏସ୍ ରେ ଦଣ୍ଡ ବିଧାନ ବାବଦରେ କହିଥିଲେ।ଏଥିସହ ଭିୟେନା ନାୟକ ରାଇଟ ଅଫ ଲିଗାଲ ରିପ୍ରେସେଣ୍ଟେସନ ଏବଂ ଅପିଲ ବାବଦରେ ବର୍ଣ୍ଣନା କରି ଥିଲେ। ତାରସିଂ ଥାନାର ଆଇଆଇସି ରେବତୀ ଶବର ସମସ୍ତ ବିଷୟରେ ସମ୍ୟକ୍ ବିବରଣୀ ପ୍ରଦାନ କରିଥିଲେ ।ତାଲୁକ୍ ଆଇନ ସେବା କମିଟି ସଦସ୍ୟା ଅଳକା ମଞ୍ଜରୀ ପଟ୍ଟନାୟକ ସଭା ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମରେ ସେହି ଶିକ୍ଷା ଅନୁଷ୍ଠାନର ଛାତ୍ରଛାତ୍ରୀ ମାନେ ଯୋଗ ଦେବା ସହ ଅଞ୍ଚଳର ଜନସାଧାରଣ ସମେତ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ। ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଧନ୍ୟବାଦ ଅର୍ପଣ କରିଥିଲେ। କୋର୍ଟ କର୍ମଚାରୀ ଆଦିତ୍ୟ ନାରାୟଣ ରଥ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
ରିପୋର୍ଟ- (ଜେ.କେ ପଟ୍ଟନାୟକ)