ଭଞ୍ଜନଗର, ୦୮/୦୮(ପିପିଟି) : ଗଞ୍ଜାମ ଜିଲ୍ଲା ତାରସିଂ ଥାନା ପକ୍ଷରୁ ଆଜି ବେଆଇନ ବନ୍ଧୁକ ରଖିବା ଅଭିଯୋଗରେ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ତାରସିଂ ଥାନା ଅଧିନ ରୁଢାପଦର ଗ୍ରାମର ବିଭୂତି ଭୂଷଣ ରଥ ଓ ଦଶପଲ୍ଲା ଥାନା ପୋଇବାଡି ଅଞ୍ଚଳର ଅଜୁ ବିଷୋୟୀ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଭଞ୍ଜନଗର ଏସ୍ଡିପିଓ ଡ.ଦିପକ କୁମାର ମିଶ୍ର ସୂଚନା ଦେଇଛନ୍ତି। ଏନେଇ କେସ୍ ନମ୍ବର ୩୦୧ରେ ଏକ ମାମଲା ରୁଜୁ କରିବା ସହ ସେମାନଙ୍କ ଠାରୁ ଗୋଛଟିଏ ଦେଶୀ ସ୍ବୟଂ ଚାଳିତ ପିସ୍ତଲ,୨ଟି ଜୀବନ୍ତ ଗୁଳି,୨ଟି ମୋବାଇଲ ଓ ଗୋଟିଏ ବାଇକ ଜବତ କରିଥିବା ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ,ଏସ୍ଆଇ ସମୀର କୁମାର ବେହେରା ପେଟ୍ରୋଲିଂ ଓ ୱାରେଣ୍ଟ୍ ରେଡ୍ କରୁଥିବା ସମୟରେ ବେଆଇନ ବନ୍ଧୁକ କାରବାର ନେଇ ଜଣେ ବ୍ୟକ୍ତି ରୁଢାପଦର ରାସ୍ତାରେ ବୁଲୁଥିବା ଖବର ପାଇ ସେଠାକୁ ଯାଇଥିଲେ। ଏହି ସମୟରେ ଏକ ବାଇକରେ ଦୁଇ ଜଣ ଦ୍ରୁତଗତିରେ ଦଶପଲ୍ଲା ଆଡକୁ ଯାଉଥିବା ଦେଖି ପିଛା କରିଥିଲେ। ଦୀର୍ଘ ସମୟ ଅଟକାଇବା ପାଇଁ ଚେଷ୍ଟା କରି ବହୁ ଦୂର ଯିବା ପରେ ସେମାନଙ୍କୁ କାବୁ କରିବାରେ ସଫଳ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ପୁଲିସ୍ ପ୍ରକାଶ କରିଛି। ଏହାପରେ ସେମାନଙ୍କ ଠାରୁ ପିସ୍ତଲ ଓ ଗୁଳି ଜବତ କରିବା ସହ ଅଭିଯୁକ୍ତ ମାନଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀଣୀ ଶୁଭଲକ୍ଷ୍ମୀ ପୂଜାରୀ ପ୍ରକାଶ କରିଛନ୍ତି।ଆଜିର ସାମ୍ବାଦିକ ସମ୍ମିଳନୀରେ ତାରାସିଂ ଏସଆଇ ସମୀର କୁମାର ବେହେରା ଉପସ୍ଥିତ ଥିଲେ।
ରିପୋର୍ଟ- (ଜେ.କେ ପଟ୍ଟନାୟକ)