ତାର ସିଂ ଥାନାରେ ଫାଇଲେରିଆ ନିରାକରଣ ସଚେତନତା କାର୍ଯ୍ୟକ୍ରମ ।

ଭଞ୍ଜନଗର, ୦୮/୦୮(ପିପିଟି):ତର ସିଂ ଥାନାରେ ଆଜି ଫାଇଲେରିଆ ନିରାକରଣ ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ସ୍ୱେଚ୍ଛାସେବୀ ସଙ୍ଗଠନ କାର୍ଡର କର୍ମଚାରୀ ମାନେ ପ୍ରତ୍ୟକ ବିଦ୍ୟାଳୟ, ଗ୍ରାମପଞ୍ଚାୟତ, ଥାନା ଏବଂ ବିଭିନ୍ନ ଗ୍ରାମରେ ଫାଇଲେରିଆ ରୋଗର କାରଣ, ଲକ୍ଷଣ ଏବଂ ନିରାକରଣ ଉପରେ ଆଲୋଚନା କରିବା ସହ ଜନସାଧାରଣଙ୍କୁ ସଚେତନ କରୁଛନ୍ତି। ଆଜି ତାର ସିଂ ଥାନାରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରଫୁଲ କୁମାର ବଡ଼ଜେନାଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ନିଜେ ସଚେତନ ହେବା ସହ ଅନ୍ୟକୁ ସଚେତନ କରିବା ଏବଂ ନୟମିତ ଔଷଧ ସେବନ କରିବା, ପରିବେଶ ସୁସ୍ଥ ରଖିବା ଓ ସୁସ୍ଥ ଭାରତ ଗଠନ ପାଇଁ ସମସ୍ତେ ଶପଥ ଗ୍ରହଣ କରିଥିଲେ।ଏଥିରେ ତାରସିଂ ଥାନା ଅଧିକାରୀ ବିଜୟ କୁମାର ସ୍ୱାଇଁ, ଏସ ଆଇ ଗୋପାଳ କୃଷ୍ଣ ପାଢ଼ୀ, କାର୍ଡ ସଂସ୍ଥାର ରବୀନ୍ଦ୍ର ମହାରଣା ମଞ୍ଚାସିନ ଥିଲେ। ବିପଦର ବନ୍ଧୁ ଅନୁଷ୍ଠାନର ଅରକ୍ଷିତ ପରିଛା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଥିରେ ତାରସିଂ ଥାନାର ସମସ୍ତ ପୋଲିସ କର୍ମଚାରୀ ମାନଙ୍କ ସମେତ ସ୍ଥାନୀୟ ଜନସାଧାରଣ ମଧ୍ୟ ଉପସ୍ଥିତ ଥିଲେ।

ରିପୋର୍ଟ- (ଜେ. କେ ପଟ୍ଟନାୟକ)

Comments (0)
Add Comment