ତାରସିଂ ବନାଞ୍ଚଳରେ ହାତୀ ଉପଦ୍ରବ; ଫସଲ ଦଳିଲେ, ଘର ଭାଙ୍ଗିଲେ ।

ଭଞ୍ଜନଗର,୨୬/୦୮(ପିପିଟି): ଗତ ତିନି ଦିନ ହେଲା ଉତ୍ତର ଘୁମୁସର ବନଖଣ୍ଡ ତାରସିଂ ବନାଞ୍ଚଳର ଗେରେଡା, କୋକଳବା ତାରସିଂ, ଲେମ୍ଭେଇ, ହଳନ୍ଦ ଖୋଳା, ତିନି ଛକିଆ, ବାର ଦଣ୍ଡା,ବାଲିସାହି, ଦଲକ,ମାଣପୁର ଅଞ୍ଚଳ ରେ ପ୍ରାୟ ୧୦ ରୁ ୧୨ଟି ହାତୀ ଆସି ଗ୍ରାମବାସୀଙ୍କ ଏକର ଏକର ଜମିରେ ପଶି ବ୍ୟାପକ ଫସଲ ଓ ପନିପରିବା ଦଳି ଚକଟି ନଷ୍ଟ କରିଛନ୍ତି। ସେହିପରି ଗ୍ରାମରେ ପଶି ମଧ୍ୟ କେତେକ ଘର ଭାଙ୍ଗି ନଷ୍ଟ କରି ଦେଇଛନ୍ତି। ହାତୀ ଉପଦ୍ରବରେ ଗ୍ରାମବାସୀ ମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ନିଜ ଫସଲର ସୁରକ୍ଷାକୁ ନେଇ ଚାଷୀ ଚିନ୍ତାରେ ଥିବା ବେଳେ ବନ ବିଭାଗ ପକ୍ଷରୁ କୌଣସି କର୍ମଚାରୀଙ୍କର ଦେଖା ନାହିଁ।ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଛି। ଖବର ପାଇ ଭଞ୍ଜନଗର ବିଜେପି ଦଳର ଏକ ଟିମ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ଗ୍ରାମବାସୀଙ୍କ ସହ କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିଥିଲେ।ଏଥିରେ ବିଧାୟକ ପ୍ରାର୍ଥୀ ପ୍ରଦ୍ୟୁମ୍ନ ନାୟକ, ନୀଳ ମାଧବ ପାତ୍ର, ଯୁବନେତା ଅଯୋଧ୍ୟାନଥ ମହାପାତ୍ର, ରବୀନ୍ଦ୍ର ଗୌଡ଼ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment