ତହସିଲଦାରଙ୍କୁ ସାକ୍ଷାତ କଲେ କୁକୁଡାଖଣ୍ଡି ଟ୍ରାକ୍ଟର ମାଲିକ ସଙ୍ଘ ।

 କୁକୁଡାଖଣ୍ଡି,୧୧/୧୧(ପିପିଟି);କୁକୁଡାଖଣ୍ଡି ତହସିଲ ଅନ୍ତର୍ଗତ ବିଭିନ୍ନ ଗ୍ରାମର ଟ୍ରାକ୍ଟର ମାଲିକ ମାନଙ୍କୁ ନେଇ ଗଠିତ ହୋଇଥିବା ସଙ୍ଘ ସଦସ୍ୟ ମାନେ ତହସିଲଦାର ଡ଼ଃ.ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କୁ ସାକ୍ଷାତ କରି ଶୁଭେଚ୍ଛା ଜଣାଇଛନ୍ତି । ତହସିଲ କାର୍ଯ୍ୟାଳୟ ପରିସରରେ ସଙ୍ଘ ସଭାପତି ସନାତନ ସଂଗ୍ରାମ ସିଂଙ୍କ ନେତୃତ୍ୱରେ ପାଖାପାଖି ୫୦ ରୁ ଅଧିକ ଟ୍ରାକ୍ଟର ମାଲିକ ତହସିଲଦାରଙ୍କୁ ସାକ୍ଷାତ କରିବା ସହ କିପରି ବେଆଇନ ଚୋରା ଚାଲାଣ ରୋକା ଯାଇ ପାରିବ ଏବଂ ରାଜସ୍ବ ହାନି ନହୋଇ ସରକାରୀ ନିତି ନିୟମକୁ ପାଥେୟ କରି ଟ୍ରାକ୍ଟର ଚଳାଚଳ କରିବ ସେ ଉପରେ ଗୁରୁତ୍ୱାରୋପ ଦେଇଥିଲେ । ଏବଂ ତହସିଲଦାର ମଧ୍ୟ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ନିର୍ଦ୍ଧିଷ୍ଟ ନୀତିନିୟମ ପାଳନ କରି ଟ୍ରାକ୍ଟର ମାଧ୍ୟମରେ ସରକାରୀ ଓ ବେସରକାରୀ ଲଘୁ ଖଣିଜ ପରିବହନ କରିବା ପାଇଁ ପରାମର୍ଶ ଦେଇଥିଲେ । ବିଭିନ୍ନ ସମୟରେ ଅସାଧୁ ବ୍ୟକ୍ତିଙ୍କ ଦ୍ୱାରା ଚୋରା ଚାଲାଣ ବୃଦ୍ଧି ପାଉଥିବା କାରଣରୁ ଚଢ଼ାଉ ଜୋରଦାର କରାଯାଉଚି । ଅନ୍ୟମାନଙ୍କ ମଧ୍ୟରେ ଉପ-ସଭାପତି ପ୍ରଦୀପ କୁମାର ସ୍ୱାଇଁ,ସମ୍ପାଦକ ବାଇନାଥ ଜେନା,ସହ ସମ୍ପାଦକ ବାବୁଲା ଜେନା,କୋଷାଧକ୍ଷ ସତ୍ୟବାନ ଜେନା,ସନ୍ତୋଷ ଗୌଡ଼,କୈଳାଶ ବିଷୋୟୀ ।

Comments (0)
Add Comment