ତମାଖୁ ମୁକ୍ତ ଯୁବ ଅଭିଯାନ ୩.୦ ର ଶୁଭାରମ୍ଭ ।

ମାଲକାନଗିରି, ୧୬/୧୦(ପିପିଟି):ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ ଆରମ୍ଭ ହୋଇଥିବା “ତମାଖୁ ମୁକ୍ତ ଯୁବ ଅଭିଯାନ ୩.୦” ଅଭିନବ ପଦକ୍ଷେପର ଶୁଭାରମ୍ଭ ହୋଇଯାଇଛି । ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ଓ ପୋଲିସ ପ୍ରଶାସନ ନିଜ ଭିତରେ ସମନ୍ଵୟ ରକ୍ଷା କରି ଜନସାଧାରଣଙ୍କ ମଧ୍ୟରେ ତମାଖୁର କ୍ଷତିକାରକ ପ୍ରଭାବ ବିଷୟରେ ବିଶେଷ ସଚେତନତା ସୃଷ୍ଟି କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ ଓ କୋଟପା ଆଇନର ସକ୍ରିୟ ଅନୁପାଳନ ସୁନିଶ୍ଚିତ କରିବା ସହିତ ଜିଲ୍ଲାରେ ତମାଖୁ ମୁକ୍ତ ଗ୍ରାମ ଗଠନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମଧ୍ଯ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସେହିପରି ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ
ବିଶେଷକରି ୭ ରୁ ୧୨ ବର୍ଷ ପିଲା ଓ କଲେଜ ପଢୁଥିବା ଯୁବପିଢିଙ୍କ ମଧ୍ୟରେ ତମାଖୁ ବିରୋଧି ସଚେତନା ସୃଷ୍ଟି କରିବାର ଆବଶ୍ୟକତା ରହିଛି ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ ଡ଼ା ଡୋଳାମଣି ପ୍ରଧାନ, ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ଡ଼ା ଏମ୍‌.ଏମ୍‌. ଆବିଦ ହୁସେନ, ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ( ପରିବାର କଲ୍ୟାଣ) ଡ଼ା ନିହାର ରଞ୍ଜନ ପ୍ରହରାଜ, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀନିବାସ ଆଚାରୀ, ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ,ମାଲକାନଗିରି ଆଦର୍ଶ ଥାନାଧିକାରୀ ରିଗାନ୍ କିଣ୍ଡୋ, ଅଭିଯୋଗ ଶାଖା ଅଧିକାରୀ ରମେଶ,ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ପ୍ରଭାସ କୁମାର ସେଠୀ, ଶ୍ରମ ଅଧିକାରୀ ଶ୍ରୀମତି ଡୁରୁକା, ଡିପିଏମ୍‌ ଏନ୍‌ଏଚ୍‌ଏମ୍‌ ଡ଼ଃ ମୌସୁମୀ ମିଶ୍ର, ଏପିଡେମିଓଲୋଜିଷ୍ଟ ଡା. ଡି ପି ରାଜ୍ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।ଏହି କାର୍ଯ୍ୟକ୍ରମକୁ ଶିବ ସୁନ୍ଦର ପାଣିଗ୍ରାହୀ ପରିଚାଳନା କରିଥିଲେ । ଏହି ଅଭିଯାନ ମାଧ୍ୟମରେ ଜିଲ୍ଲାରେ ତମାଖୁ ବିରୋଧି ଆନ୍ଦୋଳନକୁ ଅଧିକ ସକ୍ରିୟ ଓ ପ୍ରଭାବଶାଳୀ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment