ତମାଖୁ ବର୍ଜନ ସଚେତନତା କାର୍ଯ୍ୟକ୍ରମ।

ବୋଲଗଡ଼,୨୫/୦୭(ପିପିଟି):ସ୍ଥାନୀୟ ରଘୁନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ଦେଉଳି ପ୍ରାଙ୍ଗଣରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ରେ ଜାତୀୟ ସେବା ସଂସ୍ଥା ଆନୁକୂଲ୍ୟରେ ଏକ ତମାଖୁ ବର୍ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କଲେଜ ର ଅଧକ୍ଷ ଡ଼ଃ ତପନ କୁମାର ଜେନା ସଭାପତିତ୍ବ କରିଥିଲାବେଳେ ସମ୍ମାନନିୟ ଅତିଥି ଭାବରେ ବୋଲଗଡ଼ ବ୍ଲକ ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ ଯୋଗଦେଇ ତମାଖୁ ତଥା ବିଭିନ୍ନ ନିଶାଦ୍ରବ୍ୟର ଭୟାବହତା ଉପରେ ଛାତ୍ରଛାତ୍ରୀମାନଙ୍କୁ ବୁଝାଇ ଥିଲେ। କାର୍ଯ୍ୟ କ୍ରମ ର ସଂଯୋଜକ ଅଧ୍ୟାପକ ଉମାକାନ୍ତ ଓଝା ଙ୍କ ନେତୃତ୍ୱରେ ଛାତ୍ର ଛାତ୍ରୀ ମାନେ ଏକ ରାଲିରେ ବାହାରି କଲେଜ ପରିକ୍ରମା କରିବା ସହ ନିକଟସ୍ଥ ଗ୍ରାମ ତୁଳସୀ ବେରଣା, ନୟାପଲ୍ଲୀ ଗ୍ରାମ ଇତ୍ଯାଦି ଗ୍ରାମ ଭ୍ରମଣ କରି ଲୋକ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଇଥିଲେ। ଏବଂ କଲେଜ ର ଅନ୍ୟାନ୍ୟ ଅଧ୍ୟାପକ ଓ ଅଧ୍ୟାପିକା ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ ସେହି ରାଲିରେ ଭାଗନେଇଥିଲେ। ଆଗାମୀ ଦିନରେ ଛାତ୍ର ଛାତ୍ରୀ ମାନେ ତମାଖୁ ବର୍ଜନ କରିବା ସହିତ ପରିବାର ଓ ନିଜର ଗ୍ରାମରେ ସଚେତନତା ସୃଷ୍ଟି କରିବା ପାଇଁ ଶପଥ ନେଇଥିଲେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment