ତମାଖୁ ବର୍ଜନ ଶପଥ କାର୍ଯ୍ୟକ୍ରମ।

କୋଦଳା,୦୫/୦୮(ପିପିଟି): କୋଦଳା ଲକ୍ଷ୍ମୀ ନାରାୟଣ ମାଧ୍ୟମିକ ବିଦ୍ୟାଳୟ ପରିସର ରେ କଲେଜ ଅଧ୍ୟକ୍ଷ୍ୟ ଡଃ ଦତ୍ତାରାମ ବିଶୋଇଙ୍କ ଅଧ୍ୟକ୍ଷତା ତଥା ଆର ଆର ସି କୋ ଅର୍ଡିନେଟର ସାସାଲିପି ନାୟକଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ କଲେଜର ସମସ୍ତ ଛାତ୍ରଛାତ୍ରୀଙ୍କୁ ନେଇ ତମାଖୁ ଉତ୍ପାଦନ ବର୍ଜନ ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଶପଥ କାର୍ଯ୍ୟକ୍ରମରେ ଦୁଇଟି ଶପଥ ପାଠ କରାଯାଇଥିଲା ।ପ୍ରଥମଟି -ମୁଁ ମୋ ଜୀବନରେ କଦାପି ଧୂମପାନ କରିବି ନାହିଁ ଏବଂ କୌଣସି ପ୍ରକାର ତମାଖୁ ଦ୍ରବ୍ୟ ବ୍ୟବହାର କରିବି ନାହିଁ,ଦ୍ଵିତୀୟ – ମୁଁ ମୋ ପରିବାର ର ସମସ୍ତ ସଦସ୍ୟ ଓ ସହକର୍ମୀଙ୍କୁ କୌଣସି ପ୍ରକାର ତମାଖୁ ଉତ୍ପାଦିତ ଦ୍ରବ୍ୟ ବ୍ୟବହାର ବର୍ଜନ ପାଇଁ ସମାନ ଭାବରେ ଉତ୍ସାହିତ କରିବି । ଏହି ବିଷୟକୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା କରାଯାଇଥିବା ବେଳେ ଉତ୍ତୀର୍ଣ ଛାତ୍ରଛାତ୍ରୀଙ୍କୁ ମାନପତ୍ର ସହିତ ପୁରସ୍କୃତ କରାଯାଇଥିଲା । ଚିତ୍ରାଙ୍କନରେ ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରୀ ଗାୟତ୍ରୀ ସ୍ୱାଇଁ ପ୍ରଥମ ହୋଇଥିବା ବେଳେ ଯୁକ୍ତ ଦୁଇ କଳା ଛାତ୍ର ମୃତ୍ୟୁଞ୍ଜୟ ରଥ ଦ୍ଵିତୀୟ ଓ ଶିବ ଶଙ୍କର ଦାଶ ତୃତୀୟ ସ୍ଥାନରେ ଥିଲେ । ସେହିପରି ବକ୍ତୃତା ପ୍ରତିଯୋଗିତାରେ ଯୁକ୍ତ ଦୁଇ ଛାତ୍ର ଜ୍ୟୋତି ବେହେରା ପ୍ରଥମ ସ୍ଥାନ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଆଇଟି ଅଧ୍ୟାପକ ସରୋଜ କୁମାର ଆଚାର୍ଯ୍ୟ,କଲେଜ କର୍ମକର୍ତ୍ତା ଆଦିତ୍ୟ ପ୍ରସନ୍ନ ମହାପାତ୍ର, ସୁଦେସ୍ନା ପ୍ରଧାନ,ସୁନିତା ପାଣ୍ଡି,ବିନାୟକ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

(ରିପୋର୍ଟ-ସୂର୍ଯ୍ୟ ନାରାୟଣ ବଡୁ ।)

Comments (0)
Add Comment