ତପ୍ତପାଣି ଘାଟି ପାଳୁଖଳା ମୁଖ୍ଯ ସଡକରେ ଯାତ୍ରୀବାହି ବସ ଦୁର୍ଘଟଣା ଗ୍ରସ୍ତ;୧୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ।

ସାନଖେମୁଣ୍ଡି,୦୫/୦୧(ପିପିଟି): ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟି ପାଳୁଖଳା ମୁଖ୍ଯ ସଡକରେ ମହାଲକ୍ଷ୍ମୀ ନାମକ ଏକ ଯାତ୍ରୀ ବାହି ବସ ଭାରସାମ୍ୟ ହରାଇ ପାଳୁଖଳା ମୁଖ୍ଯ ସଡକରେ ବସ ଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ଯାହାଫଳରେ ୧୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ଘଟଣାରେ ଅଗ୍ନିଶମ ବାହିନୀ , ୧୦୮ ଆମ୍ବୁଲାନ୍ସ ଏବଂ ପାଟପୁର ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ମେଡ଼ିକାଲ ସ୍ଥାନାନ୍ତର କରିଥିବା ସୂଚନା ମିଳିଛି । ତେବେ ସୂଚନା ଅନୁସାରେ ବ୍ରାହ୍ମଣୀ ଗାଁ ରୁ ବ୍ରହ୍ମପୁର ଅଭିମୁଖେ ଯାତ୍ରା କରୁଥିବା ମହାଲକ୍ଷ୍ମୀ ବସ ତପ୍ତପାଣି ଘାଟି ରାସ୍ତା ଦେଇ ତଳକୁ ଆସୁଥିବା ବେଳେ ଗାଡ଼ିର ବ୍ରେକ ଫେଲ ହୋଇଯାଇଥିଲା ଯାହାଫଳରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବ ଏକ ଖାଲରେ ପଶି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଘଟଣାରେ ପାଟପୁର ପୋଲିସ , ଅଗ୍ନିଶମ ବାହିନୀ ଏବଂ ୧୦୮ ଆମ୍ବୁଲାନ୍ସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଅଗ୍ନିଶମ ଗାଡ଼ି ଏବଂ ୧୦୮ ଆମ୍ବୁଲାନ୍ସ ରେ ଦିଗପହଣ୍ଡି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ୩ ଜଣ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲ କୁ ୧୦୮ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ତେବେ ଦୁର୍ଘଟଣା କେମିତି ଘଟିଲା ସେ ଉପରେ ପୋଲିସ ତଦନ୍ତ ଚଳାଇଥିବା ସୂଚନା ମିଳିଛି ।
(ରିପୋର୍ଟ- ଆରତ କୁମାର ହୋତା। )

Comments (0)
Add Comment