ତନରଡା ଶ୍ରୀ ଅରବିନ୍ଦ ଶିକ୍ଷାକେନ୍ଦ୍ରର ପଞ୍ଚଦଶତମ ବାର୍ଷିକ ଉତ୍ସବ ।

ତନରଡା ଶ୍ରୀ ଅରବିନ୍ଦ ଶିକ୍ଷାକେନ୍ଦ୍ରର ପଞ୍ଚଦଶତମ ବାର୍ଷିକ ଉତ୍ସବ ।

ବେଲଗୁଣ୍ଠା,୨୬/୦୩(ପିପିଟି) : ବେଲଗୁଣ୍ଠା ବ୍ଳକ୍ ତନରଡା ସ୍ଥିତ ଶ୍ରୀ ଅରବିନ୍ଦ ଶିକ୍ଷାକେନ୍ଦ୍ରର ପଞ୍ଚଦଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିବା ବେଳେ ମୁଖ୍ୟ ବକ୍ତା ରୂପେ ବେଲଗୁଣ୍ଠା ବ୍ଳକ୍ ଅଧ୍ୟକ୍ଷା ମମତା ଭୋଳ ଯୋଗ ଦେଇ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳନର ମହତ୍ତ୍ୱ ସମ୍ପର୍କରେ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ସେହିପରି ସମ୍ମାନିତ ଅତିଥି ଭାବେ ତନରଡା ସରପଞ୍ଚ ସସ୍ମିତା ପାଠୀ, ବଡ଼ ବୋର୍ସିଂ ସରପଞ୍ଚ ଏସ୍ ରାମେଶ୍ଵର ପାତ୍ର , ୪୯ ନମ୍ବର୍ ଜିଲ୍ଲା ପରିଷଦ ସଦସ୍ୟ ବିଦ୍ୟାଧର ବିଷୋୟୀ ଯୋଗଦେଇଥିଲେ । ସେହିପରି ବିଶେଷ ଅତିଥି ରୂପେ ଧୂମୂଛାଇ ସରପଞ୍ଚ ପ୍ରତିନିଧି ଚୋଡଙ୍ଗ ସ୍ୱାଇଁ, ଉଢୁରା ସରପଞ୍ଚ ପ୍ରତିନିଧି ବୁଲୁ ସେଠୀ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି କାର୍ଯ୍ୟକ୍ରମକୁ ପୂର୍ବତନ ସରପଞ୍ଚ ଅନୀଲ କୁମାର ପାଠୀ ପରିଚାଳନା କରିଥିଲେ । ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟା ବିବରଣୀ ପାଠ କରିବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ସମ୍ପାଦକ ଗଗନ ବିହାରୀ ଲେଙ୍କା ପରିଚାଳନା କରିଥିଲେ । ପୂର୍ବରୁ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ୱାରା ଟ୍ରଫି ଏବଂ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏକ ଘରୋଇ ଅନୁଷ୍ଠାନ ହେଲେ ମଧ୍ୟ ଏହାର ଗୁରୁଜୀ ଗୁରୁମା ନିଜର କଠିନ ପରିଶ୍ରମ ବଳରେ ମେଧାବୀ ଛାତ୍ରଛାତ୍ରୀ ସୃଷ୍ଟି କରିପାରୁଥିବା ଯୋଗୁଁ ଉପସ୍ଥିତ ଅତିଥି ମାନେ ବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ଗୁରୁଜୀ ଗୁରୁମାଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ ।

ରିପୋର୍ଟ- ସୁଶାନ୍ତ କୁମାର ବେହେରା

Comments (0)
Add Comment