ତନରଡା ଆର୍ଯ୍ୟକନ୍ୟା ଗୁରୁକୂଳ ଆଶ୍ରମରେ ପୋଷାକ ବିତରଣ ଉତ୍ସବ ।

ବେଲଗୁଣ୍ଠା,୧୭/୦୪(ପିପିଟି); କରୋନା ମହାମାରୀ ମଧ୍ୟରେ ଶିକ୍ଷାର୍ଥୀଙ୍କ ଜୀବନ ରକ୍ଷା ଦୃଷ୍ଟିରୁ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକ ଦୀର୍ଘ ଏକ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ବନ୍ଦ ରହିଥିଲେ ମଧ୍ଯ ଛାତ୍ରଛାତ୍ରୀଙ୍କ ପାଇଁ ଆସୁଥିବା ବିଭିନ୍ନ ସରକାରୀ ସୁବିଧା ସୁଯୋଗ ଗୁଡ଼ିକ ତଥା ପାଠ୍ୟପୁସ୍ତକ, ମଧ୍ୟାହ୍ନଭୋଜନ ଅର୍ଥ, ଚାଉଳ,ପୋଷାକ ଏବଂ ଜୋତା କୋଭିଡ କଟକଣା ଭିତରେ ପିଲାଙ୍କୁ ପ୍ରଦାନ କରାଯାଇଛି । ସେହିପରି ଚଳିତ ପୋଷାକ ବିତରଣ ଋତୁରେ ସମଗ୍ର ଶିକ୍ଷା ଅଭିଯାନ ଆନୁକୂଲ୍ୟରେ ରାଜ୍ୟର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ ଆୟୋଜନ କରି ଛାତ୍ରଛାତ୍ରୀଙ୍କୁ ଏକ ହଳ ପୋଷାକ,ଏକ ହଳ ଜୋତା ଏବଂ ଦୁଇ ହଳ ମୋଜା ପ୍ରଦାନ କରାଯାଉଛି । ଆଜି ଗଞ୍ଜାମ ଜିଲ୍ଳା ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ତନରଡା ଆର୍ଯ୍ୟକନ୍ୟା ଗୁରୁକୂଳ ଆଶ୍ରମରେ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଅମର ବେହେରାଙ୍କ ଅଧ୍ୟକ୍ଷତାରେ ପୋଷାକ ବିତରଣ ଉତ୍ସବ ଆୟୋଜନ କରାଯାଇ ବିଦ୍ୟାଳୟର ଷଷ୍ଠରୁ ଅଷ୍ଟମ ଶ୍ରେଣୀରେ ପଢୁଥିବା ୧୩୫ ଜଣ ଛାତ୍ରଛାତ୍ରୀଙ୍କୁ ପୋଷାକ ଜୋତା ଏବଂ ମୋଜା ପ୍ରଦାନ କରାଯାଇଥିଲା । ଏହି ଉତ୍ସବରେ ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୂର୍ଯ୍ୟ ନାରାୟଣ ସେଠୀ ସଂଯୋଜନା କରିଥିବା ବେଳେ ଶିକ୍ଷକ ଅରୁଣ କୁମାର ଜେନା, ରବୀନ୍ଦ୍ର କୁମାର ମେଲାକ,ସୁଷମା ମହାରଣା, ଆରତୀ ଶତପଥୀ, ସନ୍ତୋଷ କୁମାର ସାହୁ, ତନୁ ବେହେରା, ଅକ୍ଷୟ କୁମାର ଜେନା,ଗୀତାଞ୍ଜଳି ମିଶ୍ର ଅରବିନ୍ଦ କୁମାର ସାହୁ, ସନତ କୁମାର ଗୌଡ଼, ଅଜିତ କୁମାର ଷଡ଼ଙ୍ଗୀ ପ୍ରମୁଖ ସହଯୋଗ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଅକ୍ଷୟ କୁମାର ଜେନା ପରିଚାଳନା କରିଥିଲେ ।
(ରିପୋର୍ଟ- ସାନ୍ତନୁ କୁମାର ବେହେରା। )

Comments (0)
Add Comment