ତତ୍କାଳୀନ ବେଲଗୁଣ୍ଠା ଫାଣ୍ଡିର ପୁର୍ବତନ ଫାଣ୍ଡି ଅଧିକାରୀଙ୍କ ପଦୋନ୍ନତି,ବିଭିନ୍ନ ମହଲରୁ ଶୁଭେଚ୍ଛା ।

ବେଲଗୁଣ୍ଠା,୦୧/୦୫(ପିପିଟି);ବେଲଗୁଣ୍ଠା ଥାନା ତଥା ପୁର୍ବରୁ ଥିବା ଫାଣ୍ଡିରେ ଫାଣ୍ଡି ଅଧିକାରୀ ଭାବରେ କାର୍ଯ୍ୟ ତୁଲାଇଥିବା ତିନି ଜଣ ଏସଆଇଙ୍କ ଆଇ.ଆଇ.ସି ପଦକୁ ପଦୋନ୍ନତି ପାଇଥିବା ଜଣାପଡିଛି ।ବେଲଗୁଣ୍ଠା ରେ ପୁର୍ବରୁ ଦିପ୍ତିରଞ୍ଜନ ବେହେରା, ସବ୍ୟସାଚୀ ମଲ୍ଲ ପୁର୍ବରୁ ଏଠାରେ ଫାଣ୍ଡି ଅଧିକାରୀ ଭାବେ କାର୍ଯ୍ୟ କରିଥିବା ବେଳେ ପ୍ରକାଶ କୁମାର ସାହୁ ଫାଣ୍ଡି ଅଧିକାରୀରୁ ବେଲଗୁଣ୍ଠା ଥାନା ସେକଣ୍ଡ ଅଫିସର ଭାବେ କାର୍ଯ୍ୟରତ ।ତିନି ଜଣଙ୍କ କାର୍ଯ୍ୟକାଳ ମଧ୍ୟରେ ବେଲଗୁଣ୍ଠା ଫାଣ୍ଡି ତଥା ଥାନା ଇଲାକାରେ ଆଇନଶୃଙ୍ଖଳା ପରିସ୍ଥିତି ବହୁ ମାତ୍ରାରେ ନିୟନ୍ତ୍ରଣ ରହିଥିବା ବେଳେ ବିଭିନ୍ନ ପ୍ରକାର ଅପରାଧମୁଳକ କାର୍ଯ୍ୟଗୁଡିକ ପ୍ରତିହତ କରିପାରିଥିଲେ । ନିଜର କର୍ତ୍ତବ୍ଯନିଷ୍ଠ, ଯୁବସୁଲଭଗୁଣ ଓ ଉତ୍ତମ ଜନସମ୍ପର୍କ ପାଇଁ ଖୁବ୍ କମ୍ ସମୟରେ ବେଲଗୁଣ୍ଠା ଅଞ୍ଚଳର ଜନସାଧାରଣଙ୍କ ଆସ୍ଥାଭାଜନ ହୋଇପାରିଥିଲେ ।ଏହି ଅବସରରେ କଟକ ପୋଲିସ ମୁଖ୍ୟାଳୟ ଚିଠି ନମ୍ବର ୩୩୭ରେ ଉପରୋକ୍ତ ଅଧିକାରୀ ମାନଙ ସବ୍ ଇନିସ୍ପେକ୍ଟର ପାହ୍ୟାରୁ ଇନିସ୍ପେକ୍ଟର ପାହ୍ୟା ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ଦର୍ଶାଯାଇଛି । ଖବର ପ୍ରସାରିତ ହେବା ସଙ୍ଗେ ସଙ୍ଗେ ବେଲଗୁଣ୍ଠା ପ୍ରେସ୍ କ୍ଳବ୍ ସମେତ ଅଞ୍ଚଳର ବିଭିନ୍ନ ସଙ୍ଗଠନ ତଥା ବୁଦ୍ଧିଜୀବୀଙ୍କ ତରଫରୁ ସେମାନଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Comments (0)
Add Comment