ନୂଆଦିଲ୍ଲୀ,୧୮/୦୯; ଦେଶରେ ଦୈନିକ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଶୁକ୍ରବାର ସୁଦ୍ଧା ନୂତନ ଆକ୍ରାନ୍ତ ୯୬,୪୨୪ ଚିହ୍ନଟ ହୋଇଥିବା ବେଳେ,ସୁସ୍ଥ ସଂଖ୍ୟା ୮୭,୪୭୨ ଏବଂ ୧୧୭୪ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୫,୨୧୪,୬୭୭ ରେ ପହଞ୍ଚିଛି ।କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪,୩୭୨ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୪,୧୧୨,୫୫୧ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ୧,୧୪୫,୮୪୦ ଆକ୍ରାନ୍ତ , ୮,୧୨,୩୫୪ ସୁସ୍ଥ ଏବଂ ୩୧,୩୫୧ ମୃତ । ଆନ୍ଧ୍ରପ୍ରଦେଶରେ ୬,୦୧,୪୬୨ ଆକ୍ରାନ୍ତ, ୫,୦୮,୦୮୮ ସୁସ୍ଥ ଏବଂ ୫,୧୭୭ ମୃତ । ତାମିଲନାଡୁରେ ୫,୨୫,୪୨୦ ଆକ୍ରାନ୍ତ, ୪,୭୦,୧୯୨, ସୁସ୍ଥ ଏବଂ ୮,୬୧୮ ମୃତ । କର୍ଣ୍ଣାଟକରେ ୪,୯୪,୩୫୬, ଆକ୍ରାନ୍ତ,୩,୮୩,୦୭୭, ସୁସ୍ଥ ଏବଂ ୭,୬୨୯ ମୃତ । ଉତ୍ତରପ୍ରଦେଶ ୩,୩୬,୨୯୪, ଆକ୍ରାନ୍ତ,୨,୬୩,୨୮୮ ସୁସ୍ଥ ଏବଂ ୪,୭୭୧ ମୃତ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣା ପଡିଛି ।