ଡ୍ରେନରୁ ଦମକଳବାହିନୀ ଦ୍ବାରା ଷଣ୍ଢ ଉଧାର ।

ପୋଲସରା ,୦୧/୦୭(ପିପିଟି) : ପୋଲସରା ବ୍ଲକ ଅନ୍ତର୍ଗତ ଚିରିକିପଡା ଶାସନ ଗ୍ରାମର ଡ୍ରେନ ରୁ ଏକ ଷଣ୍ଢ ଉଧାର ହୋଇଥିବା ଜଣାପଡିଛି। ଆଜି ଦିବା ୨ ଘଣ୍ଟା ସମୟରେ ଏକ ବୁଲା ଷଣ୍ଢ ପୋଲସରା ଓ ଚିରିକିପଡା ଶାସନ ମୁଖ ସଡ଼କ ଘୋଡା ସାହିକୁ ସଂଯୋଗ କରୁଥିବା ରାସ୍ତା କଡ଼ରେ ଯାଇଥିବା ଡ୍ରେନ ଭିତରକୁ ଖସି ପଡିଥିଲା। ଖସି ଡ୍ରେନ ଭିତରେ ଛଟପଟ ହୋଉଥିବା ବେଳେ ଗ୍ରାମର ଲୋକମାନେ ପୋଲସରା ଦମକଳବାହିନୀକୁ ଖବର ଦେଇଥିଲେ। ଦମକଳବାହିନୀର କର୍ମଚାରୀ ମାନେ ତୁରନ୍ତ ସେଠାରେ ପହଞ୍ଚି ଷଣ୍ଢ ର ଚାରି ଖୁରାରେ ଦଉଡ଼ି ବାନ୍ଧି ଡ୍ରେନ ଭିତର ଷଣ୍ଢ ଟିକୁ ଉଧାର କରିଥିଲେ। ଷଣ୍ଢ ଟିର କିଛି ଜାଗାରେ ସାମାନ୍ୟ ଆଘାତ ଲାଗିଥିବା ଜଣାପଡିଛି।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Comments (0)
Add Comment