ଡ୍ରାଇଭର ସଂଘର ଧର୍ମଘଟ ।

ବାସୁଦେବପୁର,୦୮/୦୭ : ଡ୍ରାଇଭର ସଂଘର ଆହ୍ୱାନକ୍ରମେ ଆଜି ବାସୁଦେବପୁରରେ ଧର୍ମଘଟ ଓ ଧାରଣା ଅନୁଷ୍ଠିତ ହୋଇଯାଇଛି । ପ୍ରଭାବରେ ଅଖ ଚକ ସବୁ ବନ୍ଦ ହୋଇଥିବା ନଜରକୁ ଆସିଛି । ଏହି ଅବସରରେ ବାସୁଦେବପୁରର ପ୍ରେସ କ୍ଲବ ସମ୍ମୁଖରେ ପଥପ୍ରାନ୍ତ ସଭାର ଆୟୋଜିତ ହୋଇଯାଇଛି । ବ୍ଲକ ସଭାପତି ସଞ୍ଜୟକୁମାର ମହାନ୍ତିଙ୍କ ନେତୃତ୍ୱରେ ଉପସଭାପତି ଗୈାତମ ବାରିକ, ସଂପାଦକ ବବୁଲ ସେନ,ପୌରପାଳିକା ସଭାପତି ଚିତ୍ତରଞ୍ଜନ ଦାସ,ସଂପାଦକ ସୁଶାନ୍ତ କୁମାର ନାୟକ, କୋଷାଧ୍ୟକ୍ଷ ରାଜୀବ ବେହେର. ଜିଲ୍ଲା କୋଷାଧ୍ୟକ୍ଷ ପ୍ରଶାନ୍ତ ମହାନ୍ତିପ୍ରମୁଖଙ୍କ ସମେତ ଡ୍ରାଇଭର ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

Comments (0)
Add Comment