ଡ୍ରାଇଭର ମହାସଂଘ ସୁବର୍ଣ୍ଣପୁର ଜିଲ୍ଲା ଶାଖାର ସାଧାରଣ ବୈଠକ ।

ଉଲୁଣ୍ଡା,୨୫/୦୭(ପିପିଟି); ସୁବର୍ଣ୍ଣପୁର ଜିଲ୍ଳା ବିନିକା ବ୍ଲକ ଘାଟି ଜାମପାଲି ସ୍ଥିତ ତ୍ରାହି ଅଚ୍ୟୁତ ଆଶ୍ରମ ପରିସରରେ ଆଜି ଓଡିଶା ଡ୍ରାଇଭର ମହାସଂଘ ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ସୁବର୍ଣ୍ଣପୁର ଜିଲ୍ଲା ବେସରକାରୀ ଡ୍ରାଇଭର ମହାସଂଘ ସଭାପତି ଯାଦବ ସେଠୀଙ୍କ ସମେତ ସଂଗଠନର ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ଯୋଗ ଦେଇ ଡ୍ରାଇଭର ମାନେ କରୋନା ମହାମାରୀ ସମୟରେ ନିଜର ଦାୟିତ୍ଵ ସୂଚାରୁ ରୂପେ ସମ୍ପାଦନ କରି ଆସିଛନ୍ତି,ତେଣୁ ସରକାର ସେମାନଙ୍କୁ କରୋନା ଯୋଦ୍ଧା ଭାବରେ ଘୋଷଣା କରି ସରକାରଙ୍କ ସମସ୍ତ କୋଭିଡ ସହାୟତା ଦିଆଯିବା ଉଚିତ ଏବଂ ଡ୍ରାଇଭର ମାନଙ୍କୁ ଶ୍ରମିକ କାର୍ଡ଼ ରେ ସାମିଲ କାରିବା ସହିତ ୬୦ ବର୍ଷ ରୁ ଉର୍ଦ୍ଧ୍ୱ ଡ୍ରାଇଭର ମାନଙ୍କୁ ପେନସନ୍ ଯୋଜନା ରେ ସାମିଲ କରିବା ପାଇଁ ଦାବି ଉପସ୍ଥାପନ କରିଥିଲେ । ଏହି ସମସ୍ୟାର ସମାଧାନ କରା ନ ଗଲେ ଆଗାମୀ ଦିନରେ ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିବା ଜଣାପଡିଛି ।

(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)

Comments (0)
Add Comment