ଡ୍ରାଇଭରଙ୍କ ସଚେତନତା ରାଲି ।

କୋଦଳା,୦୨/୦୯(ପିପିଟି):କେବେ କେଉଁ ଦିନ କାହାର ଦିବସ ହୋଇଥାଏ । ଏହି ଦିବସକୁ ନେଇ କିଏ କେଉଁ ପ୍ରକାର ପରବ ପାଳନ୍ତି । ସେପ୍ଟେମ୍ବର ୧ କୁ ଡ୍ରାଇଭର ଦିବସ ରୂପେ ଗ୍ରହଣ କରିଛନ୍ତି ଡ୍ରାଇଭର ସଙ୍ଘ !ବେଳକୁ ବେଳ ଦୁର୍ଘଟଣା ଅଧିକ ଘଟୁଥିବାରୁ ଲୋକଙ୍କୁ ସଚେତନ କରିବା ଏବଂ ନିଜର ହକ ଜାହିର କରିବା ପାଇଁ ଗଢ଼ିଛନ୍ତି ଡ୍ରାଇଭର ମହାସଙ୍ଘ । ଆଜିର ଏହି ଦିନଟି ରେ ସାରା ଓଡ଼ିଶାରେ ଡ୍ରାଇଭର ମାନେ ସରକାରଙ୍କ ନିକଟରେ ନିଜ ନିଜର ନ୍ୟାର୍ଯ୍ୟ ଦାବୀ ହାସଲ କରିବା ଉଦ୍ଦେଶ୍ୟ ନେଇ ନିଜ ନିଜର ଗାଡି଼ଧରି ଶାନ୍ତିପୂର୍ଣ ଶୋଭାଯାତ୍ରା କରୁଥିବା ବେଳେ କୋଦଳା ଡ୍ରାଇଭର ସଂଘ ବି ପଛକୁ ଘୁଞ୍ଚିନି । ସଙ୍ଘ ସଭାପତି ସଞ୍ଜୟ କୁମାର ସାହୁଙ୍କ ନେତୃତ୍ୱ ରେ ଶତାଧିକ ଡ୍ରାଇଭର ଏକ ମୋଟର ସାଇକଲ ରାଲୀ ମାଧ୍ୟମରେ ବାବା ଶ୍ରୀ ଦଣ୍ଡିଶ୍ୱର ମନ୍ଦିର ଠାରୁ ବାହାରି ଜୟ ଜଗନ୍ନାଥ ନାରାଦେଇ ଜନସାଧାରଣଙ୍କୁ ଗାଡିଚାଳନା ଓ ଟ୍ରାଫିକ ନିୟମ ମାନିବା ଉପରେ ସଚେତନ କରାଇ ଗ୍ରାମ ପରିକ୍ରମା କରିଥିଲେ । ପରେ ପରେ ମନ୍ଦିର ପ୍ରାଙ୍ଗଣ ରେ ଏକ ବୈଠକ କରିଥିବା ଜଣାପଡ଼ିଛି ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Comments (0)
Add Comment