ଡେଞ୍ଜର ଜୋନ କଳିଙ୍ଗା ଘାଟିରେ ବସ ଓ ଟ୍ରକ ଧକ୍କା, ୫ ଗୁରୁତର ।

 ଭଞ୍ଜନଗର,(ପିପିଟି)୦୬/୦୬, ଭଞ୍ଜନଗର ଠାରୁ ୩୦ କିଲୋମିଟର ଦୂର କଳିଙ୍ଗା ଘାଟିରେ ବାରମ୍ବାର ଦୁର୍ଘଟଣା ଯୋଗୁଁ ଏହା ଡେଞ୍ଜର ଜୋନ ଭାବେ ବେଶ ପରିଚିତ।ଏଠାରେ କୌଣସି ନୂତନ ଗାଡ଼ି ଚାଳକ ସାବଧାନ ହୋଇ ଗାଡ଼ି ନ ଚଲେଇଲେ ଦୁର୍ଘଟଣା ସୁନିଶ୍ଚିତ।ଶୁକ୍ରବାର ରାତିରେ ଏହି ଘାଟିରେ ପୁଣି ବଡ଼ ପଣ୍ଡା ନାମକ ଏକ ଘରୋଇ ବସ ବ୍ରହ୍ମପୁର ରୁ ବଲାଙ୍ଗୀର ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଗୋଟେ ମାଲ ବୋଝେଇ ଟ୍ରକ ଏକ ବୁଲାଣି ରାସ୍ତାରେ ଓଲଟି ପଡିବାରୁ ବସଟି ଯାଇ ସେହି ଟ୍ରକ କୁ ଧକ୍କା ଦେଇଥିଲା।ଫଳରେ ଉଭୟ ଗାଡିର ଡ୍ରାଇଭର, ବସ କଣ୍ଡକ୍ଟର, ହେଲ୍ପର ଓ ଜଣେ ଯାତ୍ରୀ ଗୁରୁତର ଆହତ ହୋଇଥିଲେ।ସେମାନଙ୍କୁ ଭଞ୍ଜନଗର ଡାକ୍ତରଖାନାରେ ଚିକିତ୍ସିତ କରି ଛାଡି ଦିଆଯାଇଛି।
ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Comments (0)
Add Comment