ସୁବର୍ଣ୍ଣପୁର ,୧୧/୧୨(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଆର.ଏମ.ସି ପରିସରରେ ଡୁଙ୍ଗୁରିପାଲି କୃଷି ସମବାୟ ସମିତି ପକ୍ଷରୁ ତଥା ବ୍ଲକର ସମସ୍ତ ସମବାୟ ସମିତିରେ ଧାନ କିଣା ପାଇଁ ଉପଜିଲ୍ଲାପାଳ ଶ୍ରୀମତୀ ସୈମ୍ୟରୁପା ରଥ ଆସି ପୂଜାଜନ କରିବା ସହ ଉଦଘାଟନ କରଥିଲେ। ଏହି କାର୍ଯ୍ୟକ୍ରମ ରେ ଡୁଙ୍ଗୁରିପାଲି ବିଡିଓ ଦିଲୀପ କୁମାର ବାରା, ଯୋଗାଣ ନିରୀକ୍ଷକ ସୁବ୍ରତ ପାଣି, ଅତିରିକ୍ତ ତହସିଲଦାର ଆନନ୍ଦ କୁମାର ଦାସ ପ୍ରମୁଖଙ୍କ ସମେତ ଅଂଚଳର ସମସ୍ତ ଚାଷୀ ଉପସ୍ଥିତ ଥଲେ l ଡୁଙ୍ଗୁରିପାଲି ଅଞ୍ଚଳ ର ଅନେକ ଚାଷୀଙ୍କ ମାର୍ଚ୍ଚ ଶେଷ ସପ୍ତାହ ପର୍ଯ୍ୟନ୍ତ ଧାନ ବିକ୍ରୟ ପାଇଁ ଟୋକନ ତାରିଖ ଆସିଥିବାବେଳେ ବର୍ତ୍ତମାନ ଅଧିକାଂଶ ଧାନ ଅମଳ କରି ଖୋଲା ଆକାଶ ତଳେ ଧାନ ଗଦା କରି ଚାଷୀ ରାତ୍ରୀ ଯାପନ କରି ଆସୁଛି l ଦିର୍ଘ ତିନିମାସ ଧାନ କ୍ରୟ ତାରିଖ ଥିବାରୁ ଚାଷୀକୁ ଚିନ୍ତା ଘାରୁଛି । ଏହି ଅଞ୍ଚଳ ହୀରାକୁଦ ଜଳସେଚିତ ଅଞ୍ଚଳ ହୋଇଥିବାରୁ ଜାନୁୟାରୀ ପ୍ରଥମ ସପ୍ତାହ ମଧ୍ୟରେ ରବି ଚାଷ ପାଇଁ ତଳି ରୁଆ କାର୍ଯ୍ୟ ଆରମ୍ଭ କରୁଥିବାବେଳେ ଫେବୃୟାରୀ କିମ୍ବା ମାର୍ଚ୍ଚ ମାସରେ ଧାନ ବିକ୍ରୟ କରେ ତାହାହେଲେ ଆସନ୍ତା ରବି ଚାଷ କରିବା ପାଇଁ ଚାଷୀ ର ଆର୍ଥିକ ସ୍ଥିତି ଯୋଗୁଁ ତାହା ସମ୍ଭବ ନୁହେଁ ା ଅନ୍ୟପକ୍ଷେ ଅଦିନିଆ ବର୍ଷା ରାତ୍ରୀ ଉଜାଗର ରହି ଚାଷ କୁ ବଞ୍ଚାଇ ରଖି ଥିଲାବେଲେ ପୁଣି ଧାନ ବିକ୍ରୟ ପାଇଁ ତିନିମାସ ଅପେକ୍ଷା କରିବାକୁ ପଡ଼ୁଥିବାରୁ ଚାଷୀ ମର୍ମାହତ ହୋଇପଡ଼ିଛନ୍ତି l ଏନେଇ ଅଂଚଳର ଚାଷୀ ଉପଜିଲ୍ଲାପାଳ ଙ୍କୁ ଦୃଷ୍ଟି ଆକର୍ଷଣ କରିଛନ୍ତି ।
ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ