ଡି.ଏ.ଭି ପବ୍ଲିକ ସ୍କୁଲରେ ଓଡ଼ିଆ ମାଟିରେ ଜନ୍ମିତ ବୀରଯୋଦ୍ଧାଙ୍କ ଜନ୍ମଦିବସ ପାଳନ ।

ଭଞ୍ଜନଗର,୨୩/୦୧(ପିପିଟି): ରବିବାର ଦିନ ଡି.ଏ.ଭି ପିଟି. ଏସ.ଆର ପବ୍ଲିକ ସ୍କୁଲ ପରିସରରେ କ୍ରାନ୍ତିବୀର ଯୋଦ୍ଧାଙ୍କ ଜନ୍ମ ଦିବସ ପାଳନ ହୋଇଯାଇଛି ।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାସୁଦେବ ପାଣିଗ୍ରାହୀଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା । ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମଧ୍ୟ ଏଥିରେ ଯୋଗଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ମମିତା କୁମାରୀ ତ୍ରିପାଠୀ ପରିଚାଳନା କରିଥିଲେ । ବୀର ସଂଗ୍ରାମୀଙ୍କ ଫୋଟ ସମ୍ମୁଖ ରେ ପ୍ରଦୀପ ପ୍ରଜ୍ବଳନ କରାଯାଇ ପୁଷ୍ପ ପ୍ରଦାନ କରାଯାଇଥିଲା । ହିନ୍ଦୀ ଶିକ୍ଷୟତ୍ରୀ ରାଜଲକ୍ଷ୍ମୀ ଡାକୁଆ ଦେଶପ୍ରେମୀ ସୁବାସ ବୋଷ ସମ୍ପର୍କ ରେ, ଓଡ଼ିଆ ଶିକ୍ଷୟତ୍ରୀ ମୀରାରାଣୀ ପାଣିଗ୍ରାହୀ ଗଣ ବିପ୍ଳବର ମହାନ ଯୋଦ୍ଧା ବୀର ସୁରେନ୍ଦ୍ର ସାଏଙ୍କ ଜୀବନର ନିଷ୍ଠା,ତ୍ୟାଗ ଓ ଦେଶ ପ୍ରେମ ସମ୍ପର୍କରେ ଓ ଇତିହାସ ବିଭାଗର ଶିକ୍ଷୟତ୍ରୀ ମୋନାଲିସା ପଣ୍ଡା ସ୍ୱାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରିଥିବା ବୀର ସଂଗ୍ରାମୀ ଚକରା ବିଷୋୟୀ ଙ୍କ ତ୍ୟାଗ, ନିଷ୍ଠା,ଦକ୍ଷତା ସମ୍ପର୍କରେ ନିଜର ବକ୍ତବ୍ୟ ରଖିଥିଲେ । ଶେଷରେ କିରଣବାଳା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟ ର ସମସ୍ତ କାର୍ଯ୍ୟକର୍ତ୍ତା ଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସର୍ବାଙ୍ଗସୁନ୍ଦର ହୋଇପାରିଥିଲା ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment