ଡିହ ପଢାଳ ପଞ୍ଚାୟତରେ ବିଜେପିର ଜୋରଦାର ପ୍ରଚାର ।

ଭଞ୍ଜନଗର,୨୦/୦୨(ପିପିଟି): ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭଞ୍ଜନଗର ବ୍ଲକରେ ଆସନ୍ତା ୨୪ତାରିଖରେ ଅନୁଷ୍ଠିତ ହେଉଥିବା ବେଳେ ସବୁ ରାଜନୈତିକ ଦଳ ନିଜ ସପକ୍ଷରେ ପ୍ରଚାରକୁ ଜୋରଦାର କରିଛନ୍ତି। ଡିହ ପଢାଳ ପଞ୍ଚାୟତ ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ଏଠାରେ ବିଜେଡ଼ି ଓ ବିଜେପି ମଧ୍ୟରେ ମୁଖ୍ୟତଃ ପ୍ରତିଦ୍ବନ୍ଦିତା ହେଉଥିବା ଦେଖାଯାଇଛି। ରବିବାର ବିଜେପି ପକ୍ଷରୁ ପଞ୍ଚାୟତରେ ଏକ ବିଶାଳ ବାଇକ ରାଲି କରି ଭୋଟର ମାନଙ୍କୁ ଆକୃଷ୍ଟ କରାଯାଇଥିଲା।ଏଥି ସହିତ ଆୟୋଜିତ ସାଧାରଣ ସଭାରେ ଜିଲ୍ଲା ପରିଷଦ ପ୍ରାର୍ଥୀ ରବୀନ୍ଦ୍ର କୁମାର ଗୌଡ଼, ସରପଞ୍ଚ ପ୍ରାର୍ଥୀନୀ ରୋଜି ବରାଡ଼ ଓ ସମିତି ସଭ୍ୟା କୁନି ବିଷୋୟୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରିବା ପାଇଁ ଦଳୀୟ ନେତାମାନେ ଗ୍ରାମବାସୀଙ୍କ ନିବେଦନ କରିଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment