ଡାକ୍ତର ସଞ୍ଜୀବ ଭାଇଙ୍କ ପ୍ରବଚନ ।

ଭୁବନେଶ୍ବର,୧୮/୦୯(ପିପିଟି): ପୋଖରୀପୁଟ ଅନନ୍ତ ବିହାର ସ୍ଥିତ ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ବରୀୟ ବିଦ୍ୟାଳୟ ସେବାକେନ୍ଦ୍ର ପକ୍ଷରୁ ବ୍ରହ୍ମାକୁମାରୀ ଅର୍ପିତାଙ୍କ ଅଧ୍ୟକ୍ଷତାରେ ଏକ ଆଧ୍ୟାତ୍ମିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବ୍ରହ୍ମା କୁମାରୀ ପ୍ରେରଣା ଅତିଥି ପରିଚୟ ପ୍ରଦାନ କରିଥିଲେ । ମାଉଣ୍ଟ ଆବୁ ମଧୁବନରୁ ଆସିଥିବା ଡାକ୍ତର ସଞ୍ଜୀବ ଭାଇ ଜୀବନକୁ ସାର୍ଥକ କରିବାକୁ ହେଲେ ସତ୍ଚିନ୍ତନ ଓ ରାଜଯୋଗର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଡାକ୍ତର ଦେବ ପ୍ରସାଦ, ବି.କେ.ଭବାନୀ,ହରି ଶଙ୍କର, ନିର୍ମଳ, ରମାନାଥ ,ଡଃ ମହେନ୍ଦ୍ର ସମେତ ବହୁ ଭାଇ ଭଉଣୀ ଉପସ୍ଥିତ ଥିଲେ । ଶେଷରେ ବ୍ରହ୍ମା କୁମାର ସିନୁ ଧନ୍ୟବାଦ ଅର୍ପଣ କରିଥିଲେ ।

 

Comments (0)
Add Comment