ଡାକ୍ତରଙ୍କ ଘରେ ଭିଜିଲାନ୍ସ ଚଢଉ ନଗଦ କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ଜବତ ।

ଭୁବନେଶ୍ୱର : ଡାକ୍ତରଙ୍କ ଘରେ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଚଢଉ କରାଯାଇଛି । ତାଙ୍କ ଘରୁ କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ଜବତ କରିଛି ଭିଜିଲାନ୍ସ ବିଭାଗ । ପୁରୀ ଜିଲ୍ଲା କଣାସ ଚାରିଛକରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ପ୍ରସୂତୀ ଏବଂ ସ୍ତ୍ରୀ ରୋଗ ବିଶେଷଜ୍ଞ ସୁକାନ୍ତ କୁମାର ଜେନା ଦୁର୍ନୀତି ନିବାରଣ ବିଭାଗ ହାତରେ ଧରା ପଡିଛନ୍ତି । ଜଣଙ୍କର ପ୍ରସବ କରାଇବା ପାଇଁ ଡାକ୍ତର ୮ ହଜାର ଟଙ୍କା ମାଗିଥିଲେ । ପୂର୍ବରୁ ୩ ହଜାର ଟଙ୍କା ନେଇଥିଲେ । ଅସ୍ତ୍ରୋପଚାର ପରେ ୫ ହଜାର ଟଙ୍କା ନେବେ ବୋଲି କହିଥିଲେ । ଚଢାଉ ଜରୀ ରହିଛି।

Comments (0)
Add Comment