ଡାକ୍ତରଙ୍କୁ ଦୁର୍ବ୍ଯବହାର; ମଦ୍ଯପ ଥାନାରେ ଅଟକ ।

ମାଲକାନଗିରି,ତା:୦୫/୦୬(ପିପିଟି);ଗତ କାଲି ଅପରାହ୍ନ ୪ ଘଟିକା ସମୟରେ ଜଣେ ମଦ୍ଯପ ଯୁବକ ଏମଭି-୭୯ ମେଡିକଲ ମଧ୍ଯରେ ସିଧାସଳଖ ପ୍ରବେଶ ଡାକ୍ତରଙ୍କୁ ଗାଳି ଗୁଲଜ କରିଥିବା ବେଳେ ଅସହ୍ଯ ହେବାରୁ ପୋଲିସର ସହାୟତା ଲୋଡା ଯାଇଥିଲା ପୋଲିସ ଉଦ୍ଧତ ମଦ୍ଯପ ଯୁବକକୁ କାବୁ କରି ଥାନାରେ ଅଟକ ରଖିଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ଗତ କାଲି ଅପରାହ୍ନ ୪ ଘଟିକା ସମୟରେ ଏମଭି -୭୯ ଗ୍ରାମର ବୁଲେନ୍ କୁଣ୍ଡୁ ନାମକ ଜଣେ ଯୁବକର ମୁଣ୍ଡ କୌଣସି କାରଣରୁ ଫାଟି ଯାଇଥିବା ବେଳେ ସେ ମଦ୍ଯପାନ କରିଥିବା ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲରେ ସିଧ ସଳଖ ଓଟିରେ ପହଞ୍ଚି ଚିକିତ୍ସା କରିବା ପାଇଁ ଡାକ୍ତର ପ୍ରସଂଜିତ ରାୟଙ୍କୁ କହିଥିଲେ । ଡାକ୍ତର ରାୟ କୋଭିଡ୍ ଟେଷ୍ଟ କଲା ପରେ ଚିକିତ୍ସା କରାଯିବ ବୋଲି କହିବା ପରେ ମଦ୍ଯପ ଯୁବକ ଡାକ୍ତରଙ୍କୁ ଅଭଦ୍ର ଭାଷାରେ ଗାଳି ଗୁଲଜ କରିବା ସହ ମାରିବାକୁ ଧମକ ଦେଇଥିଲା । ଏହା ବ୍ଯତ୍ତ ହସ୍ପିଟାଲର ସମସ୍ତ କର୍ମଚାରୀମାନଙ୍କୁ ମଧ୍ଯ ଅଭଦ୍ର ଭାଷାରେ ଗାଳି କରିବା ସହ ଆକ୍ରମଣ କରିବା ପାଇଁ ଉଦ୍ଯମ ରତ ଥିଲା । ଘଟଣାଟି ଅଣ ଆୟତ ହେବା ଫଳରେ ବାଧ୍ଯ ହୋଇ ଡାକ୍ତର ରାୟ ନିକଟସ୍ଥ ପୋଲିସ ଥାନାକୁ ଜଣାଇ ଥିଲେ । ପୋଲିସ ହସ୍ପିଟାଲରେ ପହଞ୍ଚି ଉକ୍ତ ମଦ୍ଯପ ଯୁବକକୁ କାବୁ କରିବା ସହ ଥାନାରେ ଅଟକ ରଖିଥିବା ଜଣା ପଡିଛ । ସେହି ମଦ୍ଯପ ସହ ଆଉ କେତେ ଜଣ ସାଙ୍ଗ ସାଥି ରହିଥିବା କୁହାଯାଇଛି ।ବର୍ତ୍ତମାନ ସୁଦ୍ଧା ମଦ୍ଯପ ଯୁବକ ବିରୁଧରେ ପୋଲିସ କୌଣସି କେଶ କରି ନଥିବା ସୂଚନା ମିଳିଛି । ମାଲକାନଗିରିର ଭଳି ଏକ ଦୁର୍ଗମ ଅଞ୍ଚଳରେ ଡାକ୍ତରମାନେ ବହୁ କଷ୍ଟ ସ୍ବୀକାର କରି ରୋଗୀମାନଙ୍କୁ ଦିନ ରାତି ସେବା ଯୋଗାଇଦେଇ ଆସୁଥିବା ବେଳେ ସେମାନଙ୍କ ପ୍ରତି ଏ ଭଳି ଅଭଦ୍ରାମୀ ବ୍ଯବହାର ନିଶ୍ଚିତ ଭାବରେ ବ୍ଯଥିତ କରିବା ସ୍ବଭାବିକ କଥା ।
(ରିପୋର୍ଟ:ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Comments (0)
Add Comment