ଭଞ୍ଜନଗର, ୧୭/୧୦(ପିପିଟି): ଭଞ୍ଜନଗର ଠାରୁ ଫୁଲବାଣୀ ରାସ୍ତାର ଶ୍ରୀ ବିହାର ଠାରେଥିବା ଡିଏଭି ପିଟି ଏସଆର ପବ୍ଲିକ ସ୍କୁଲରେ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ସ୍କୁଲର ଅଧ୍ୟକ୍ଷ ବାସୁଦେବ ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭଞ୍ଜନଗର ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟ ଓ ସମାଜସେବୀ ସନ୍ତୋଷ ମିଶ୍ର ଯୋଗଦେଇ ସଡକ ସୁରକ୍ଷା, ଟ୍ରାଫିକ୍ ସିଗନାଲ୍ , ସଡ଼କ ଦୁର୍ଘଟଣାର କାରଣ ସଂକ୍ରାନ୍ତରେ ସଚେତନ କରାଇଥିଲେ। ସମାଜସେବୀ ଶ୍ରୀ ମିଶ୍ର ନିଜର ସାଇକେଲ ସାହାଯ୍ୟରେ ବିଶ୍ଵ ଭ୍ରମଣ କରି ଅଦ୍ୟାବଧି ଏକ ଲକ୍ଷ କିମି ଅତିକ୍ରମ କରି ସଡ଼କ ଦୁର୍ଘଟଣାର ସମ୍ବନ୍ଧରେ ଜନସାଧାରଣଙ୍କୁ ସଚେତନ କରିଆସୁଥିବା ବିଷୟରେ ନିଜ ଅନୁଭୂତି ପ୍ରଦାନ କରିଥିଲେ। ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସଡ଼କ ଦୁର୍ଘଟଣାକୁ ନେଇ ପଥପ୍ରାନ୍ତ ନାଟକ ଆୟୋଜନ କରି ସଚେତନତା ବାର୍ତ୍ତା ଦିଆଯାଇଥିଲା । ଶିକ୍ଷକ ଗୋପାଳକୃଷ୍ଣ ଗୌଡ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଏଥିରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।
ରିପୋର୍ଟ୍ -ଜୟକୃଷ୍ଣ ପଟ୍ଟନାୟକ