ଭଞ୍ଜନଗର ୧୮/୦୮(ପିପିଟି): ଭଞ୍ଜନଗର ଶ୍ରୀ ବିହାର ଠାରେ ଥିବା ଡିଏଭି ପିଟି.ଏସ.ଆର ପବ୍ଲିକ୍ ସ୍କୁଲ ପରିସରରେ ଗୁରୁବାର ‘ଜନ୍ମାଷ୍ଟମୀ’ ଉତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାସୁଦେବ ପାଣିଗ୍ରାହୀଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।କେ ଜି ଶ୍ରେଣୀ ଠାରୁ ଆରମ୍ଭ କରି ଦ୍ୱିତୀୟ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ଛାତ୍ରଛାତ୍ରୀ ରାଧା ଓ କୃଷ୍ଣ ବେଶ ଧାରଣ କରି ଆସିଥିଲେ। ବିଦ୍ୟାଳୟର ଶିକ୍ଷୟତ୍ରୀ ଧରିତ୍ରୀ ବାଳା ପଣ୍ଡା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।ଏହି ଉତ୍ସବ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ ପ୍ରଧାନ ଶିକ୍ଷକ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ। ଏହି ବିଭାଗର ଶିକ୍ଷକ ଶିକ୍ଷୟତ୍ରୀ କୃଷ୍ଣଙ୍କ ଜନ୍ମଗ୍ରହଣ ଓ ବାଲ୍ୟ ଲୀଳା ବିଷୟରେ ଉପସ୍ଥାପନ କରିଥିଲେ।ପିଲାମାନଙ୍କ ମଧ୍ୟରେ ଶ୍ରୀକୃଷ୍ଣ ସମ୍ପର୍କିତ ବିଭିନ୍ନ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ହେବା ସହ ସଠିକ ଉତ୍ତର ଦାତାଙ୍କୁ ପୁରସ୍କୃତ କରାଯାଇଥିଲା। ବେଶଧାରୀ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା। ଏହି ଉତ୍ସବକୁ ଛାତ୍ରଛାତ୍ରୀ ମାନେ ବେଶ ଉପଭୋଗ କରିଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )