ଡ଼ହ ଠାରେ ଜଳେଶ୍ବର ମହାଦେବଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ।

ଭଞ୍ଜନଗର,୧୯/୦୫(ପିପିଟି): ଭଞ୍ଜନଗର ଜଳ ବିଭାଜନ ଅନ୍ତର୍ଗତ ଡ଼ହ ଜଳଭଣ୍ଡାର ନିକଟରେ ବିଡେକା ପରିବାର ତରଫରୁ ଜଳେଶ୍ବର ମହାଦେବଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଗୁରୁବାର ଠାରୁ ଆରମ୍ଭ ହୋଇଛି।ଏହା ଆସନ୍ତା ୫ଦିନ ପର୍ଯ୍ୟନ୍ତ ଚାଲିବ।ଆଜି ପ୍ରଥମ ଦିବସରେ ଦୀକ୍ଷା ଗ୍ରହଣ, କଳସ ଯାତ୍ରା ଓ ଅଙ୍କୁରାରୋପଣ କାର୍ଯ୍ୟ ସମାପନ ହୋଇଛି।ଶୁକ୍ରବାର ନାମଯଜ୍ଞ ଆରମ୍ଭ,ସାଲା ପୂଜା,ସୂର୍ଯ୍ୟ ପୂଜା, ବନଯାଗ ଓ ଅଗ୍ନି ସ୍ଥାପନ ଏବଂ ଶନିବାର ସାଲା ପୂଜା, ରତ୍ନମୁଦ, ମହାସ୍ନାନ,ପ୍ରାଣ ପ୍ରତିଷ୍ଠା ଓ ରବିବାର ଶୈବ ମନ୍ଦିର ପ୍ରାସାଦ ପ୍ରତିଷ୍ଠା, ନଗର ପରିକ୍ରମା, ଦେବତାଙ୍କ ସିଂହାସନ ଆରୋହଣ, ପୂର୍ଣ୍ଣାହୁତି ଏବଂ ସୋମବାର ନାମଯଜ୍ଞ ସମାପନ,ଦଧିଭାଣ୍ଡ ଭଞ୍ଜନ,ନଗର ଭ୍ରମଣ ଓ ପ୍ରସାଦ ସେବନ ଭଳି ଧାର୍ମିକ କାର୍ଯ୍ୟର ଆୟୋଜନ କରାଯାଇଛି।ଏଥିସହ ଜନସାଧାରଣଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ଖେଳ ଓ ମିନାବଜାର ମଧ୍ୟ ରହିଛି।ଏହା ଏକ ଉପାନ୍ତ ଅଞ୍ଚଳ ହୋଇଥିବାରୁ ବହୁ ଦୂର ଦୁରାନ୍ତ ଗ୍ରାମରୁ ବହୁ ଭକ୍ତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଭୁକୃପା ଲାଭ କରୁଥିବା ଦେଖାଯାଇଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment