ସୁବର୍ଣ୍ଣପୁର ,୩୧/୧୨(ପିପିଟି) : ସୁବର୍ଣ୍ଣପୁର ସହରର ବୋଲବମ୍ ଚାରିଟେବୁଲ ଟ୍ରଷ୍ଟ ମଣ୍ଡପ ଠାରେ ଡ଼ଃ ଅଭିଷେକ ମିଶ୍ର ସ୍ମୃତି କମିଟି ପକ୍ଷରୁ ଏକ ସ୍ବେଛାକୃତ ରକ୍ତ ଦାନ ଶିବିର ଓ ମହାନଦୀ ନେତ୍ର ଚିକିତ୍ସାଳୟ ପଣ୍ଡା ପାଲି ଓ ସିଟି ସେଣ୍ଟର୍ ସୋନପୁର ତରଫରୁ କମ୍ପ୍ୟୁଟର ମାଧ୍ୟମ ରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ ରେ ଜଣେ ମହିଳାଙ୍କ ସମେତ ୨୦ ଜଣ ରକ୍ତ ଦାତା ରକ୍ତ ଦାନ କରିଥିବାବେଳେ ୭୦ ଜଣ ଙ୍କ ଚକ୍ଷୁ ପରୀକ୍ଷା କରାଯାଇ ଥିଲା ଏବଂ ୨୦ ଜଣଙ୍କ ମୋତିଆବିନ୍ଦୁ ଅସ୍ତ୍ରୋପଚାର ସକାଶେ ଚିହ୍ନଟ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ଅବସର ପ୍ରାପ୍ତ ହାଇକୋର୍ଟ ବିଚାରପତି ଚିତ୍ତ ରଞ୍ଜନ ଦାଶ ଶୁଭ ଉଦଘାଟନ କରିଥିବା ବେଳେ ସମାଜସେବୀ ବୈକୁଣ୍ଟ ଶତପଥୀ, ବୋଲବମ୍ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଶେଷ ଦେବ ମେହେର, ଆଇନଜୀବୀ ଗୌରୀ ଶ୍ୟାମ ପଣ୍ଡା, କେଦାର ମିଶ୍ର, ସମାଜ ସେବୀ ଲଡୁ ମଲ୍ଲିକ, ଶ୍ରୀବତ୍ସ ମଲ୍ଲିକ ଏଠାରେ ଅତିଥି ଭାବେ ଯୋଗ ଦେଇ ଥିଲେ l ମା ସୁରେଶ୍ଵରୀ ଙ୍କ ଫଟୋ ଚିତ୍ର ରେ ପୂଜାର୍ଚ୍ଚନା ପରେ ରକ୍ତ ଦାନ ଶିବିର କୁ ଜଷ୍ଟିସ ଦାଶ ଏହାକୁ ଉଦ୍ଘାଟନ କରି ସ୍ୱର୍ଗୀୟ ଆତ୍ମା ଙ୍କ ଶ୍ରଦ୍ଧାଞ୍ଜଳି ସକାଶେ କରାଯାଉଥିବା ମହତ୍ କାର୍ଯ୍ୟ କୁ ଭୂୟସୀ ପ୍ରଶଂସା କରିଥିଲେ । ପ୍ରକାଶ ଥାଉ କି ଯେ କିଛି ଦିନ ପୂର୍ବରୁ ଶିଶୁ ଗୃହ ଠାରେ ସୁବର୍ଣ୍ଣପୁର ଜିଲ୍ଲା ର ଏଇ ସୁଯୋଗ୍ୟ ସନ୍ତାନ ତଥା ଯୁବ ପ୍ରତିଭା ଡ଼ଃ ଅଭିଷେକ ମିଶ୍ର ଙ୍କ ଦ୍ବିତୀୟ ଶ୍ରାଦ୍ଧ ବାର୍ଷିକୀ ଅବସର ରେ ପବିତ୍ର ଗୀତା ଜୟନ୍ତୀ ତିଥି ରେ ସୋନପୁର ଶିଶୁ ଗୃହ ଠାରେ ଶିଶୁ ମାନଙ୍କୁ ଅନ୍ନ ଭୋଜନ ରେ ଆପ୍ୟାୟିତ କରଯାଇଥିଲା l ଓ ସ୍ଥାନୀୟ ଘୋଡାଘାଟ ପଡ଼ା ଦଧି ବାମନ ମନ୍ଦିର ଦଧି ବାମନ ମନ୍ଦୀର ରେ ମଧ୍ୟ ବ୍ରାହ୍ମଣ ଭୋଜନ ର ବ୍ୟବସ୍ଥା କରାଯାଇ ସ୍ୱର୍ଗତ ଆତ୍ମା ର ସଦଗତି କାମନା କରଯାଇଥିଲା l ପ୍ରକାଶ ଥାଉ କି ଯେ ଡ଼ଃ ଅଭିଷେକ ମିଶ୍ର ଙ୍କ ମାଣ୍ଡିଆ ସନ୍ଦର୍ଭ ଆନ୍ତର୍ଜାତିକ ସ୍ତର ରେ ସ୍ଵୀକୃତି ପାଇବା ସଙ୍ଗେ ସଙ୍ଗେ ସୁବର୍ଣ୍ଣପୁର ଜିଲ୍ଲା ର ଗୌରବ କୁ ଗୁଣିତ କରିଥିବା ଜଣା ଯାଇଛି । “ଅଭିଷେକ ଙ୍କ ମାଣ୍ଡିଆ ସନ୍ଦର୍ଭ” ଯାହାକି ୬୭ ଗୋଟି ଦେଶ ସ୍ଵୀକୃତି ପ୍ରଦାନ କରିଥିବା ବିଷୟ ଅଭିଷେକ ମିଶ୍ର ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ସୂଚନା ମିଳିଛି ।