ଡଙ୍ଗା ବୁଡି ଘଟଣା: ୬ ମୃତ ଶରୀର ଉଦ୍ଧର ୨ ନିଖୋଜ ।

ମାଲକାନଗିରି,ତା:୨୪/୦୫(ପିପିଟି);ଚିତ୍ରକୋଣ୍ଡା ନିକଟସ୍ଥ ସିଲେରୁ ନଦୀ ଡଙ୍ଗାବୁଡି ଘଟଣାରେ ଆଜି ୬ଟି ମୃତ ଶରୀର ଉଦ୍ଧାର କରା ଯାଇଥିବା ବେଳେ ଏବେ ବି ୨ ଜଣ ନିଖୋଜ ରହିଥିବା ଜଣା ପଡିଛି। ସକାଳୁ ଅଗ୍ନିଶମ କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟରେ ନିୟୋଜନ ଥିଲେ ।ପ୍ରାପ୍ତ ସୂଚନା ଅନୁଯାୟୀ ସଂଧ୍ଯା ସୁଦ୍ଧା ୬ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲାବେଳେ ବର୍ତ୍ତାମାନ ଦୁଇଜଣ ନିଖୋଜ ରହିଛନ୍ତି । ଉଦ୍ଧାର କରାଯାଇଥିବା ମୃତମାନଙ୍କ ମଧ୍ୟରେ ୫ଜଣ ଶିଶୁ ଓ ଜଣେ ମହିଳା ଥିବା ଜଣାପଡିଛି । ତଲେଙ୍ଗେନକୁ ଦାଦନ ଖଟିବାକୁ ଯାଇଥିବା ଗୁଣ୍ଠାବେଡା ଓ କନ୍ଧଗୁଡାର ୪୪ଜଣ ଶ୍ରମିକ ଗତ ଅନ୍ଧାର ରାତିରେ ପୋଲିସକୁ ଡିରି ଗଳା ପଥ ଦେଇ ଲୁଚି ଘରକୁ ଫେରିବା ପାଇଁ ଯୋଜନା କରିଥିଲେ । ପ୍ରଥମେ ୩୩ଜଣ ଲୋକ ଡଙ୍ଗାରେ ବସି ସିଲେରୁ ନଦୀ ପାର ହୋଇ ଘରକୁ ଫେରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ୧୧ଜଣ ୨ଟି ଡଙ୍ଗାରେ ନଦୀ ଅତିକ୍ରମ କରୁଥିବା ସମୟରେ ଗୋଟିଏ ଡଙ୍ଗା ଗଛ ଖୁଣ୍ଟରେ ପିଟି ହୋଇ ଭାରସାମ୍ୟ ହରାଇ ବୁଡିଯାଇଥିଲା ।ପହଁରି ପହଁରି କିଛି ଲୋକ ଅନ୍ଯ ଏକ ଡଙ୍ଗାରେ ବସିଥିବା ବେଳେ ଉକ୍ତ ଡଙ୍ଗାଟି ଅଧିକ ଯାତ୍ରୀ ହେବାରୁ ନଦୀରେ ବୁଡି ଯାଇଥିଲା । ୧୧ଜଣଙ୍କ ମଧ୍ୟରୁ ତିନିଜଣ ପହଁରି ପହଁରି କୂଳରେ ପହଂଚିଥିଲା ବେଳେ ୮ଜଣ ଲୋକ ନିଖୋଜ ଥିଲେ । ନିଖୋଜଙ୍କ ମଧ୍ୟରୁ ୬ଜଣ ଶିଶୁ ଓ ୨ଜଣ ମହିଳା ରହିଥିଲେ । ନିଖୋଜଙ୍କ ସନ୍ଧାନରେ ଅଗ୍ନିଶମ କର୍ମଚାରୀ ଓ ପୋଲିସ କର୍ମଚାରୀଙ୍କ ମିଳିତ ଉଦ୍ଯମରେ ଉଦ୍ଧାର କାର୍ଯ୍ଯ ଜାରି ରହିଥିଲା। ବର୍ତ୍ତମାନ ସୁଦ୍ଧା ୬ଜଣଙ୍କ ମୃତଦେହ ଠାବ ହୋଇଥିବାବେଳେ ୨ଜଣ ନିଖୋଜ ଅଛନ୍ତି । ଘଟଣା ସ୍ଥଳରେ ମାଲକାନଗିରି ଜିଲ୍ଲାପାଳ ୱାଇ ବିଜୟ ପହଞ୍ଚି ଉଦ୍ଧାର କାର୍ଯ୍ଯକୁ ତ୍ବାରାନ୍ମିତ କରିଥିବା ଜଣା ପଡିଛି । ମାଲକାନଗିରି ଜିଲ୍ଲା ମଧ୍ଯକୁ ପ୍ରବାସୀ ଶ୍ରମିକମାନେ ଦୈନନ୍ଦିନ ଆସୁଥିବା ବେଳେ
ଲୁଚିଛପି ରାତିରେ ବିପଦସଂକୁଳ ପଥ ଦେଇ ଆସିବାର କୌଣସି ଯଥାର୍ଥତା ନାହିଁ ବୋଲି ମାଲକାନଗିରି ଏସ୍‌ପି ଋଷିକେଷ ଡି ଖିଲାରୀ କହିଛନ୍ତି । ଆପାତ୍ତ କାଳୀନ ପରିସ୍ଥିତିରେ ଏସ୍‌ପିଙ୍କ କାର୍ଯ୍ୟାଳୟକୁ ଯୋଗାଯୋଗ କଲେ ମାଲକାନଗିରି ଜିଲ୍ଲାକୁ ଫେରବା ଲାଗି ଅନୁମତି ମିଳିବ ବୋଲି ଏସପି ପ୍ରକାଶ କରିଛନ୍ନ୍ତି ।
(ରିପୋର୍ଟ:ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Comments (0)
Add Comment