ଠାକୁରାଣୀ ଯାତ୍ରା କାର୍ଯ୍ୟାଳୟ ଉଦଘାଟିତ ।

ଭଞ୍ଜନଗର,୨୪/୦୩(ପିପିଟି): ଗତ ୫ବର୍ଷ ପରେ ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରା ଚଳିତ ବର୍ଷ ମେ ୩ତାରିଖକୁ ଆରମ୍ଭ ହୋଇ ୨୪ତାରିଖରେ ଶେଷ ହେବ। ଏଥି ନିମନ୍ତେ ଆସନ୍ତା ୨୬ତାରିଖ ରବିବାର ଦିନ ମୁଖ୍ୟ ରାସ୍ତାରେ ଥିବା ଠାକୁରାଣୀ ପଡ଼ିଆ ଠାରେ ଶୁଭଖୁଣ୍ଟି ସ୍ଥାପନ ହେବ। ଏହି ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ପାଇଁ ଏକ ପରିଚାଳନା କମିଟି ଗଠନ କରାଯାଇଛି। ଏହି କମିଟିର କାର୍ଯ୍ୟାଳୟ ଆଜି ଅପରାହ୍ନରେ ସଭାପତି ରାଜେନ୍ଦ୍ର କୁମାର ବିଷୋୟୀଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି। ଅନ୍ୟମାନଙ୍କ ମଧ୍ୟରେ ସାଧାରଣ ସମ୍ପାଦକ ସୂଧୀର ରଞ୍ଜନ ବେଦହେରା,ମୁଖ୍ୟ ସାଙ୍ଗଠନିକ ସମ୍ପାଦକ ଏନ୍ଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ସଙ୍ଗଠନ ସମ୍ପାଦକ ସୁଶାନ୍ତ କୁମାର ମହାପାତ୍ର, କୋଷାଧ୍ୟକ୍ଷ ମହେଶ୍ୱର ପାତ୍ର, ମୂରଲୀଧର ପଣ୍ଡା, ଯୁଗ୍ମ ସମ୍ପାଦକ ଲୋକନାଥ କର, ଶାନ୍ତୁନୁ କୁମାର ଦାସ,ଶୂଳପାଣି ଶତପଥୀ, ପଞ୍ଚାନନ ପାଳ,ସନ୍ତୋଷ ତିଆଡ଼ି, ମନୋଜ ପଟ୍ଟନାୟକ, ଜଗଦୀଶ ପାଣିଗ୍ରାହୀ, ଟୁନା ଜେନା ଓ କାର୍ଯ୍ୟକାରିଣୀ କମିଟିର ସଦସ୍ୟ ମାନେ ଉପସ୍ଥିତ ଥିଲେ । ଏହି ଐତିହାସିକ ଠାକୁରାଣୀ ଯାତ୍ରା କେଉଁ ଆବାହାମାନ କାଳରୁ ହୋଇ ଆସୁଥିବା ବେଳେ ଏହି ଯାତ୍ରା ଆରମ୍ଭରେ ଘୁମୁସରର ଅଧିଷ୍ଠାତ୍ରୀ ମା’ ବ୍ୟାଘ୍ରଦେବୀ ଏବଂ ଗ୍ରାମ ଦେବତୀ ଠାକୁରାଣୀଙ୍କୁ ମୁଖ୍ୟ ସଡ଼କରେ ଏକ ଅସ୍ଥାୟୀ ପୀଠକୁ ବିରାଟ ପଟୁଆରରେ ଅଣାଯାଇଥାଏ । ଉଭୟ ଦେବୀଙ୍କ ପ୍ରତିଦିନ ନଗର ଭ୍ରମଣ ହୋଇଥାଏ । ଶେଷ ଦିବସରେ ଉଭୟ ଦେବୀଙ୍କ ଭେଟ ହେବା ପରେ ଯାତ୍ରା ସମ୍ପନ୍ନ ହୋଇଥାଏ ।
(ରିପୋର୍ଟ- ଜେକେ ପଟ୍ଟନାୟକ। )

Comments (0)
Add Comment