ଟ୍ରେନ ଦୁର୍ଘଟଣାରେ ମୃତ୍ୟୁବରଣ କଲେ ଦାଦନ ଶ୍ରମିକ ପ୍ରଫୁଲ୍ଲ ।

ପୋଲସରା,୨୦/୧୦(ପିପିଟି); ପରିବାରର ବୋଝକୁ ମୁଣ୍ଡରେ ଧରି ସୁଦୂର  ସୁରତ ସହରକୁ ଦାଦନ ଶ୍ରମିକ ଭାବେ ଟ୍ରେନ୍ ରେ ଯାତ୍ରା ଆରମ୍ଭ କରିଥିଲେ  ଗଂଜାମ ଜିଲ୍ଲାର ପୋଲସରା ସ୍ଥିତ  ମାଧପୃଷ୍ଟି ସାହିର ପ୍ରଫୁଲ୍ଲ ସାହୁ । ହେଲେ ବାଲୁଗାଁ ଷ୍ଟେସନରେ ଟ୍ରେନ୍ ରେ ଚଢୁଥିବା ବେଳେ ଗୋଡ଼ ଖସି ଟ୍ରେନ୍ ର ତଳେ ପଡ଼ି ଯାଇଥିଲେ  ପ୍ରଫୁଲ୍ଲ । ଆକସ୍ମିକ ଭାବେ କିଏ କିଛି ବୁଝିବା ଆଗରୁ  ଟ୍ରେନ୍ ଦୁର୍ଘଟଣାରେ ଗୋଟିଏ ହାତ କଟି ଯାଇ ଥିବାରୁ ତାଙ୍କୁ  ରେଳବାଇ ପୋଲିସ୍ ପକ୍ଷରୁ ୧୦୮ ଆମ୍ବୁଲାନ୍ସ ଦ୍ବାରା ବ୍ରହ୍ମପୁର ମେଡ଼ିକାଲକୁ ନିଆ ଯାଉଥିବା ବେଳେ ବାଟରେ ପ୍ରଫୁଲ୍ଲ ସାହୁଙ୍କ ମୃତ୍ୟୁବରଣ ହୋଇଥିବା ସୂଚନା ମିଳିଛି । ଏପରିକି  ଘରର ଏକ ମାତ୍ର ରୋଜଗାରିଆ ମୁରବି ପ୍ରଫୁଲ୍ଲ କୁ ହରାଇ ପରିବାର  ସଂପୂର୍ଣ୍ଣ ଭାଙ୍ଗି ପଡି ଥିବା ବେଳେ ସରକାରୀ ସାହାଯ୍ୟ ସହଯୋଗ ପାଇଁ ଦାବି କରିଛନ୍ତି ପୋଲସରା ଅଞ୍ଚଳ ବାସୀ ।

 

(ରିପୋର୍ଟ- ନୃସିଂହ ନାଥ ସ୍ବାଇଁ। )

Comments (0)
Add Comment