ଟ୍ରେନ୍‌ ଭିତରେ ଆଦିବାସୀ ଛାତ୍ରୀଙ୍କୁ ଦୁଷ୍କର୍ମ, ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଗିରଫ।

ମାଲକାନଗିରି ,୧୩/୦୨(ପିପିଟି) : ଗୁରୁ ଶିଷ୍ୟାର ଯେଉଁ ପବିତ୍ର ସଂପର୍କ କେଉଁ ଅନାଦି କାଳରୁ ସମଜରେ ପ୍ରଚଳିତ ହୋଇ ଆସୁଥିଲା ଆଜି କାଲି ଆଉ ନାହିଁ। ଧୀରେ ଧୀରେ ଏହି ପବିତ୍ର ସଂପର୍କ କଳୁଷିତ ହେବାରେ ଲାଗିଛି। ଶିକ୍ଷା ଭଳି ଏକ ପୂଣ୍ୟ ଅନୁଷ୍ଠାନରେ ସ୍ବୟଂ ଶିକ୍ଷକ ଯଦି ମନ୍ଦ ଆଚରଣ କରିବ, ତେବେ ଏ ସମାଜ କହାକୁ ଭରସା ଓ ବିଶ୍ବାସ କରିବ? ଏମିତି ଏକ ସ୍ପର୍ଶ କାତର ଘଟଣା ଘଟିଯାଇଛି ମାଲକାନଗିରି ଜିଲ୍ଲା ର ଏକଲବ୍ୟ ବିଦ୍ୟାଳୟରେ। ଯେଉଁଠି ଜଣେ ଶିକ୍ଷକ ଜଣେ ଛାତ୍ରଙ୍କୁ ଦୁଷ୍କର୍ମ କରି ଗିରଫ ହେବା ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚା କେନ୍ଦ୍ରବିନ୍ଦୁ ପାଲଟିଛି।
ଚଳନ୍ତା ହୀରାଖଣ୍ଡ ଟ୍ରେନରେ +୨ ଦ୍ବିତୀୟ ବର୍ଷରେ ଅଧ୍ୟୟନ ରତ ଜଣେ ଆଦିବାସୀ ଛାତ୍ରୀଙ୍କୁ ସେହି ବିଦ୍ୟାଳୟର ଜନୈକ ପ୍ରାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦୁଷ୍କର୍ମ କରିବା ଅଭିଯୋଗରେ ଆଜି ମାଲକାନଗିରି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।
ଘଟଣାରୁ ପ୍ରକାଶ ଯେ ମାଲକାନଗିରି ସଦର ମହକୁମା ନିକଟସ୍ଥ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଭୁତି ପ୍ରସାଦ ପଣ୍ଡା ୫ ଜଣ ଛାତ୍ରଛାତ୍ରୀଙ୍କୁୁ ସାଙ୍ଗରେ ଧରି ଗତ ଡିସେମ୍ବର ମାସରେ ଜାତୀୟ କ୍ରୀଡା ଉତ୍ସବରେ ଯୋଗଦେବା ଲାଗି ମୟୂରଭଞ୍ଜ ଯାଇଥିଲେ। ସେଠାରୁ ହୀରାଖଣ୍ଡ ଟ୍ରେନରେ ଫେରୁଥିବା ବେଳେ ଚଳନ୍ତା ଟ୍ରେନ୍ ଭିତରେ ଜଣେ +୨ ଦ୍ବିତୀୟ ବର୍ଷରେ ଅଧ୍ୟୟନ ରତ ଆଦିବାସୀ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇଥିଲେ । ଯାହାର ଫୋଟୋ ଭାଇରାଲ ହେବା ପରେ ଗାଁ ଲୋକେ ବିଦ୍ୟାଳୟରେ ପହଞ୍ଚି ସଂପୃକ୍ତ ଶିକ୍ଷକଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ପରେ ସେଠାରେ ମାଲକାନଗିରି ଆଦର୍ଶ ଥାନା ପୋଲିସ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରୁଥିବା ସମୟରେ ସଂପୃକ୍ତ ଶିକ୍ଷକ ଜଣକ ଫେରାର ହୋଇ ଯାଇଥିଲେ। ବୌଦ୍ଧ ଜିଲ୍ଲାରେ ଜଣେ ସମ୍ପର୍କୀୟଙ୍କ ଘରେ ଶିକ୍ଷକ ବିଭୂତି ପ୍ରସାଦ ପଣ୍ଡା ଲୁଚି ରହିଥିବା ଖବର ପାଇ ମାଲକାନଗିରି ପୋଲିସ ସେଠାରେ ପହଞ୍ଚିଥିଲେ। ଗତକାଲି ଶିକ୍ଷକଙ୍କୁ ଗିରଫ କରି ପୋଲିସ ମାଲକାନଗିରି ଆଣିଥିବା ବେଳେ ତାଙ୍କ ନାମରେ ଆଇପିସି ୩୭୬ ,ପଓକ୍ସଓ (୪)୨୦୧୨/୨୦୧୯ ମାମଲା ଋଜୁକରି
ଆଜି କୋର୍ଟ ଚାଲାଣ କରାଯାଇଥିବା ମାଲକାନଗିରି ଆଦର୍ଶ ଥାନା ଅଧିକାରୀ ରିଗାନ୍ କିଣ୍ଡୋ ପ୍ରକାଶ କରିଛନ୍ତି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment