ଟ୍ରେନରୁ ୮ କିଲୋ ଗଞ୍ଜେଇ ଜବତ ।

ଟିଟିଲାଗଡ଼,୨୩/୦୫ :ଆଜି ସକାଳୁ ଜିଆରପି ପକ୍ଷରୁ ଟିଟିଲାଗଡ଼ ରେଳ ଜଙ୍କସନରେ ଏକ ଟ୍ରେନରେ ଗଞ୍ଜେଇ ଚାଲାଣ ନେଇ ଧରପଗଡ଼ ୨ ମହିଲାଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯାଇଛି l ଏନେଇ ଟିଟିଲାଗଡ଼ ଜିଆରପି ଅଧିକାରୀ ସନ୍ତୋଷିନୀ ମହନ୍ତଙ୍କ ସୂଚନା ଅନୁଯାୟୀ କଳାହାଣ୍ଡି ଜିଲା ନର୍ଲା ରୋଡ଼ ଷ୍ଟେସନରୁ ସେହି ଅଞ୍ଚଳର ଶୈଳେସୀ ବିଭାର, ଝିଲି ଗୌଡ ଏବଂ ଗଣ୍ଡାରାମ ବିଶି ରାୟପୁର ଯିବା ପାଇଁ ଜୁନାଗଡ଼ ରାୟପୁର ପାସେଞ୍ଜର ଟ୍ରେନରେ ଚଢ଼ିଥିଲେ । କାହାକୁ ଯେମିତି ସନ୍ଦେହ ନହେବ ସେଥିପାଇଁ ମହିଲା ମାନେ ନିଜ ଭ୍ୟାନିଟି ବ୍ୟାଗରେ ଗଞ୍ଜେଇ ଲୁଚାଇ ରଖିଥିଲେ । ଏନେଇ ଜିଆରପି ଅଧିକାରୀ ଶ୍ରୀମତୀ ମହନ୍ତଙ୍କ ନେତୃତ୍ୱରେ ଏଏସଆଇ ଚୁଡା କେଶରୀ ପ୍ରଧାନ, କନଷ୍ଟେବଳ କାର୍ତ୍ତିକ ଜେନା, ଓଏପିଏଫ ଧେନୁ ହେନ୍ତାଲ ପ୍ରମୁଖ ନିତ୍ୟ ଯାଞ୍ଚ ସମୟରେ ସନ୍ଦେହରେ ମହିଲା ମାନଙ୍କ ଭ୍ୟାନିଟି ବ୍ୟାଗ ଯାଞ୍ଚ କରିବାରୁ ୨ କିଲୋଗ୍ରାମ ଲେଖାଏଁ ବନ୍ଧା ହୋଇଥିବା ୪ଟି ପୁଡିଆ ଜବତ ହୋଇଥିଲା । ଜିଆରପି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଵା ସହ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଜିଆରପି ଅଧିକାରୀ ଶ୍ରୀମତୀ ମହନ୍ତ ସୂଚନା ଦେଇଛନ୍ତି ।

Comments (0)
Add Comment