ଟ୍ରାକ୍ଟର ଧକ୍କା ରେ ମହିଳା ମୃତ।

ପୋଲସରା,୧୩/୦୯(ପିପିଟି): ଆଜି ପୋଲସରା ମୂଖ୍ୟ ସଡ଼କ କଡ଼ ରେ ଥିବା ଜାଭିୟର ବିଦ୍ୟାଳୟ ନିକଟରେ ଘଟିଥିବା ଏକ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କର ପୁଅ ଓ ଭାଇ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଆଜି କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଏ ବରିଡା ଗ୍ରାମ ର ମିନତି ସାହୁ (୪୦ ବର୍ଷ) ପୋଲସରା ଥାନା ଅନ୍ତର୍ଗତ ଚିରିକିପଡା ଶାସନ ନିଜ ବାପ ଘରକୁ ଆସିଥିଲେ। ମଧ୍ୟାହ୍ନ ୧୨ ଘଣ୍ଟା ସମୟରେ ମିନତି ନିଜ ଭାଇ ଗଦାଧର ସାହୁ ଙ୍କ ମୋପେଡ ଗାଡି ରେ ବସି ବରିଡା ଫେରିବା ସମୟରେ ବେଲଗାଁ ଛକ ନିକଟରେ ଗୋଟିଏ ଟ୍ରାକ୍ଟର ସହିତ ଧକ୍କା ହେବାରୁ ମିନତି ମୋପେଡ ଗାଡି ରୁ ଖସି ପଡ଼ି ଗୁରୁତର ଆହତ ହୋଇଥିଲେ। ଗୁରୁତର ଆହତ ମିନତି ଙ୍କୁ ଚିକିତ୍ସା ନିମନ୍ତେ ସଂଗେ ସଂଗେ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଅଣାଯାଇଥିଲା। ମାତ୍ର ସେତେବେଳକୁ ତାଙ୍କ ର ମୃତ୍ୟୁ ହୋଇ ଯାଇଥିଲା। ଏହି ଦୁର୍ଘଟଣାରେ ମିନତି ଙ୍କ ଭାଇ ଓ ପୁଅ ମଧ୍ୟ ଆହତ ହୋଇଛନ୍ତି।

ରିପୋର୍ଟ-ସନ୍ତୋଷ କୁମାର ପଣ୍ଡା

Comments (0)
Add Comment