ଟ୍ରକ ବାଇକ ମୁହାଁମୁହିଁ ଧକ୍କା,ଜଣେ ମୃତ,ଜଣେ ଗୁରୁତର ।

ବେଗୁନିଆପଡା,୧୪/୧୧(ପିପିଟି): ଗୁରୁବାର ବିଳମ୍ବିତ ରାତ୍ର ରେ କୋଦଳା ଥାନା ମେଳିସାହୁ ପେଟ୍ରୋଲ ପମ୍ପ ସମ୍ମୁଖରେ ଗୋଟିଏ ଟ୍ରକ ସହିତ ବାଇକ ର ମୁହାଁମୁହିଁ ଧକ୍କା ଫଳରେ ବାଇକ ଚାଳକ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି!
ସୂଚନା ପ୍ରକାରେ କୌଣସି କାର୍ଯ୍ୟରେ କବିସୂର୍ଯ୍ୟନଗର ଥାନା ଅର୍ଜୁନପଲ୍ଲୀର ପୂର୍ଣ୍ଣ ଚନ୍ଦ୍ର ନାହାକ (୩୬)କୋଦଳା ନିବାସୀ କୁମାର ବାବୁ ବେହେରା(୪୫)ଙ୍କ ନିକଟକୁ ଆସିଥିବା ବେଳେ କାର୍ଯ୍ୟ ଶେଷ କରି କୁମାର ବାବୁ ନିଜ ବାଇକ OD 02BZ 9341ରେ ପୁର୍ଣ ଚନ୍ଦ୍ର ନାହାକଙ୍କୁ ଅର୍ଜୁନ ପଲିରେ ଛାଡିବାକୁ ଯାଉଥିବା ବେଳେ ଭୁବବନେଶ୍ୱର ଆସିକା ମୁଖ୍ୟ ରାସ୍ତାର ମେଳିସାହୁ ପେଟ୍ରୋଲ ପମ୍ପ ସମ୍ମୁଖରେ ବିପରୀତ ଦିଗରୁ ଆସୁଥିବା ଡ 07 Y2546 ଟ୍ରକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା “ଧକ୍କା ର ପ୍ରଭାବରେ ବାଇକଟି ଛିଟିକି ପଡ଼ିଥିବା ବେଳେ ଦୁଇ ବାଇକ ଆରୋହୀ ବି ପଡିରହିଥିଲେ । ଏହି ଦୁଇ ଆହତ ଙ୍କୁ ଅଗ୍ନଶମ ବାହିନୀ ର ଉଦ୍ୟମରେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚାଇବା ପରେ ଡାକ୍ତର କୁମାର ବାବୁ ବେହେରାଙ୍କୁ ମୃତ ଘୋଷଣା କରିଥିଲେ ଏବଂ ଗୁରୁତର ପୁର୍ଣ୍ଣ କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଥିବା ଜଣାପଡିଛି,ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଟ୍ରକ କୁ ଜବତ କରିବା ସହିତ ଡ୍ରାଇଭର,ହେଲ୍ପରକୁ ଅଟକ ରଖି ତନାଘନା ଜାରି ରଖି,ଶବ ବ୍ୟବଛେଦ ନିମନ୍ତେ ପଠାଇଥିବା ଜଣାପଡିଛି ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ )

Comments (0)
Add Comment