ଟ୍ରକ ଧକ୍କାରେ ବିଦ୍ୟୁତ ଖୁଣ୍ଟ ଭାଙ୍ଗିଲା ।

ଭଞ୍ଜନଗର,୨୨/୧୧(ପିପିଟି):ଭଞ୍ଜନଗର ଠାରୁ ଗାଲେରୀ ଅଭିମୁଖେ ଯାଉଥିବା ଏକ ଟ୍ରକ ଭାରସାମ୍ୟ ହରାଇ ଗୁଜୁରାଳି ଗ୍ରାମ ନିକଟରେ ରାସ୍ତା କଡରେ ଥିବା ଏକ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇଥିଲା।ଫଳରେ ଉକ୍ତ ଖୁଣ୍ଟଟି ଭାଙ୍ଗି ଯାଇଥିଲେ ମଧ୍ୟ ଅନ୍ୟ କାହାର କିଛି କ୍ଷତି ଘଟିନାହିଁ।ଖବର ପାଇ ବିଦ୍ୟୁତ ବିଭଗ କର୍ମଚାରୀ ମାନେ ସେଠାରେ ପହଞ୍ଚି ବିଦ୍ୟୁତ ସରବରାହ ବିଛିନ୍ନ କରିବା ସହ ମରାମତି କାର୍ଯ୍ୟ ଶେଷ କରିବା ପରେ ସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment