ଟ୍ରକ ଧକ୍କାରେ ବାଇକ ଚାଳକ ମୃତ ।

ଭଞ୍ଜନଗର,୧୮/୦୩(ପିପିଟି):ତାରସିଂ ଥାନା ଅନ୍ତର୍ଗତ କୋକଳବା ନିକଟ ବେଣିଆ ସାହି ବୁଲାଣି ରାସ୍ତାରେ ଆଜି ଦିନ ୨ଟା ସମୟରେ ବାଇକ ସହ ଟ୍ରକ ମୁହାଁମୂହିଁ ଧକ୍କା ହେବା ଫଳରେ ବାଇକ ଚାଳକର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।ସୂଚନା ମୁତାବକ ଗାୟାଗଣ୍ଡା ବଡ଼ ହରିଜନ ସାହିର ହାଡ଼ିଆ ନାୟକଙ୍କ ବଡ଼ ପୁଅ ରୋହିତ ନାୟକ(୨୭) ବାଇକ ଯୋଗେ କୌଣସି କାମରେ ଭଞ୍ଜନଗର ଆସି ନିଜ ଗ୍ରାମକୁ ଫେରୁଥିଲେ। ସେହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ସହ ତାଙ୍କ ବାଇକ ଧକ୍କା ହୋଇଥିଲା। ଫଳରେ ରୋହିତ ରାସ୍ତା କଡକୁ ଛିଟକି ପଡ଼ି ମୃତ୍ୟୁବରଣ କରିଥିଲେ।ଖବର ପାଇ ତାରସିଂ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକଟିକୁ ଜବତ କରି ଥାନାରେ ଅଟକ ରଖିଥିବା ବେଳେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡ଼ିକାଲକୁ ପଠେଇ ଥିବା ଜଣାପଡ଼ିଛି।
(ରିପୋର୍ଟ- ଜେକେ ପଟ୍ଟନାୟକ। )

Comments (0)
Add Comment