ଟ୍ରକ ଚକତଳେ ଅଷ୍ଟମ ଶ୍ରେଣୀ ଛାତ୍ର, ଘଟଣା ସ୍ଥଳରେ ଛାତ୍ରର ମୃତ୍ୟୁ ।

କୋଦଳା,୦୫/୦୬(ପିପିଟି): ଗୁରୁବାର ସନ୍ଧ୍ୟା ୭ଘଣ୍ଟ ସମୟରେ ମଠସରସିଂ ମୁଖ୍ୟ ରାସ୍ତା ଠାରେ ଏକ ମର୍ମାଦୂତ ସଡ଼କ ଦୁର୍ଘଟଣାରେ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର ଶୁଭଙ୍କର ନାହାକ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଜଣେ ଦଶମ ଶ୍ରେଣୀ ଛାତ୍ର ସ୍ବପ୍ନଜିତ ନାହାକ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି । କିଛି ସମୟ ପାଇଁ ଘଟଣା ସ୍ଥଳରେ ଉଭୟ ପରରେ ଗାଡି ଯାମ ହୋଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ କୋଦଳା ପୋଲିସ, ଦମକଳ ବାହିନୀ ଓ ଆମ୍ବୁଲାନ୍ସ କର୍ମଚାରୀଙ୍କ ମିଳିତ ସହଯୋଗରେ ଛାତ୍ର ଟିକୁ ଟ୍ରକ ଚକତଳୁ ଉଦ୍ଧାର କରାଯାଇ ଶବ ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଥିବା ବେଳେ ଟ୍ରକ ଡ୍ରାଇଭରକୁ ପୋଲିସ ଅଟକ ରଖି ଛାନଭିନ କରୁଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳ ରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି । ମୃତକ ଛାତ୍ର ଓ ଆହତ ଛାତ୍ର ଦୁଇଜଣ ମିଶି ଟିଉସନ ଯାଇ ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Comments (0)
Add Comment