ଟ୍ରକ ଓ ଡ଼ମ୍ପର ମୁହାଁମୁହିଁ ଧକ୍କା : ଦୁଇ ଡ୍ରାଇଭର ଆହତ ।

ଉଲୁଣ୍ଡା,୨୮/୧୨(ପିପିଟି) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ସୋନପୁର-ସମ୍ବଲପୁର ରାସ୍ତା ସିଂଢୋଲ ଆର ଆଇ ଅଫିସ ସମ୍ମୁଖରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଟ୍ରକ ଓ ଡ଼ମ୍ପର ମୁହାଁମୁହିଁ ଧକ୍କା ହେବ ଫଳରେ ଦୁଇ ଡ୍ରାଇଭର ଗୁରୁତର ଆହତ ହୋଇଥିବା ଜଣାପଡିଛି । ଉଭୟ ଡ୍ରାଇଭର ଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସୁବର୍ଣ୍ଣପୁର ମୁଖ୍ୟ ଡାକ୍ତଖାନାକୁ ୧୦୮ ଆମ୍ବୁଲାନ୍ସ ଯୋଗେ ନିଆଯାଇଛି ।ଜଣେ ଡ୍ରାଇଭର ର ଅବସ୍ଥା ଗୁରୁତର ଥିବାବେଳେ ତାଙ୍କ ନାଁ ଗଙ୍ଗରାମ ବରିହା ଏବଂ ସେ ବରଗଡ଼ ଜିଲ୍ଲାର ବୋଲି ଜଣ ପଡିଛି । ଆଜି ଭୋର ଚାରିଟା ବେଳେ ଟ୍ରକଟି ଝାଡ଼ଖଣ୍ଡରୁ ରାଉରକେଲା ଯାଉଥିବାବେଳେ ସିଂଢୋଲ ଆର ଆଇ ଅଫିସ ସମ୍ମୁଖରେ ବିପରୀତ ଦିଗ ସମ୍ବଲପୁର ରୁ ସୋନପୁରକୁ ଆସୁଥିବା ଡ଼ମ୍ପର ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଉଭୟ ଡ୍ରାଇଭର ଆହତ ହୋଇଛନ୍ତି ।ଘଟଣା ସ୍ଥଳରେ ଉଲୁଣ୍ଡା ପୋଲିସ ପହଂଚି ଅଧିକ ତଦନ୍ତ ଜରିରଖିଛି ।

(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)

Comments (0)
Add Comment