ଟ୍ରକ ଓ ଟାଟା ମ୍ୟାଜିକ୍ ମୁହାଁମୁହିଁ, ଘଟଣା ସ୍ଥଳରେ ୨ ମୃତ।

ରାୟଗଡା,୨୦/୦୬(ପିପିଟି); ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ଚାଞ୍ଚଡାଗୁଡା ଜେଲ ନିକଟରେ ଏକ ବଡ ଧରଣର ସଡ଼କ ଦୁର୍ଘଟଣା ଘଟିଛି।ଘଟଣାସ୍ଥଳରେ ଦୁଇ ଜଣ ବ୍ୟକ୍ତି ମୃତ୍ୟୁ ବରଣ କରିଛନ୍ତି। ଆଜି ସକାଳ ଦଶଟା ସମୟରେ ବିଶାଖାପାଟଣାରୁ ଭବାନୀପାଟଣା ଯାଉଥିବା ଏକ ପଥରଗୁଣ୍ଡ ଵୋଝେଇ ଟ୍ରକ ଦ୍ରୁତଗତିରେ ଯାଉଥିବାବେଳେ ସେପଟରୁ ଆସୁଥିବା ଏକ ଟାଟା ମ୍ୟାଜିକ୍ ବିଷମକଟକର ଚାଞ୍ଚଡାଗୁଡା ଜେଲ ନିକଟରେ ଧକ୍କାଦେଇ ଥିବା ଫଳରେ ଟାଟାମ୍ୟାଜିକରେ ଥିବା ଡ୍ରାଇଭର ଓ ହେଲପର ମୃତ୍ୟୁ ବରଣ କରିଛନ୍ତି।ସେମାନଙ୍କ ଘର ମୁନିଗୁଡାବ୍ଲକର ଅମ୍ବାଦଳାଗ୍ରାମର ବୈଷ୍ଣବ ରହିଦାସ ଓ ସୀମାଞ୍ଚଳ ରହିଦାସ ବୋଲି ଜଣାପଡିଛି।ଉକ୍ତ ଟ୍ରକର କୌଣସି ବ୍ୟକ୍ତି ଆହତ ହୋଇନାହାନ୍ତି। ଉକ୍ତ ଘଟଣା ସ୍ଥାନରେ ବିଷମକଟକ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଉକ୍ତ ଟ୍ରକ ଡ୍ରାଇଭରକୁ ଅଟକରଖି ଦୁର୍ଘଟଣା ମାମଲା ରୁଜୁକରି ଅଧିକ ତଦନ୍ତ ଜାରି ରଖିଥିବା ବିଷମକଟକ ଥାନାଅଧିକାରୀ ସୂଚନା ଦେଇଛନ୍ତି। ଘଟଣାସ୍ଥଳରେ ବିଷମକଟକ ଥାନା ଅଧିକାରୀ ସୁବାଷ ଚନ୍ଦ୍ର କର୍କରା, ଏସଆଇ ମଧୁସୂଦନ ଶର୍ମାଙ୍କୁ ତଦନ୍ତ କରିବାକୁ କହିଛନ୍ତି। କେଶ ନମ୍ବର ୭୫/୨୧ରେ ରୁଜ୍ଜୁ ହୋଇଛି।ମୁନିଗୁଡ଼ା ଏସଡିପିଓ ଆକାଶ ଚନ୍ଦ୍ର ସାହୁ ଘଟଣାସ୍ଥଳକୁ ଆସି ଟ୍ରକ ଡ୍ରାଇଭରକୁ ଆଣି ତଦନ୍ତ କରିବାକୁ ନିର୍ଦେଶ ଦେଇଛନ୍ତି।

(ରିପୋର୍ଟ – ନବୀନ ନାୟକ ବେହେରା। )

Comments (0)
Add Comment