ଟୀକା ପାଇଁ ଲାଞ୍ଚ ମାଗୁଥିବା ନେଇ ଅଭିଯୋଗ।

ରାୟଗଡା,୧୧/୦୫(ପିପିଟି); ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ଗୋଷ୍ଠିସ୍ବାସ୍ଥ୍ୟକେନ୍ଦ୍ରର ଡେରିଗାଁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଆଜି ଅଭାବନୀୟ ଘଟଣା, ଏଠାରେ ଟୀକାକରଣ ପାଇଁ ଲମ୍ବାଲାଇନ ଦେଖିବାକୁ ମିଳିଥିଲା। ଟୀକାପାଇଁ ସ୍ଥାନୀୟ ଅଞ୍ଚଳର ଦ୍ବିତୀୟ ଡୋଜପାଇଁ ଲୋକେ ନେବାପାଇଁ ଦୀର୍ଘଦିନ ହେଲା ଅପେକ୍ଷା ହୋଇ ରହିଥିବାବେଳେ କିଛି ତଳିଆ କର୍ମଚାରୀଙ୍କ ଲାଗି ହଟହଟା ହେବାର ଦେଖିବାକୁ ମିଳିଛି। ଏଠାରେ ତଳିଆ କର୍ମଚାରୀ ଜଣକ ମନଇଛା ସ୍ଥାନୀୟ ଜନସାଧାରଣଙ୍କୁ ଗାଳିଗୁଲଜ କରିବା ସହ କୁଆଡେ ଆଗୁଆ ଟିକାକରଣ କରିବା ସକାଶେ ରେଜିଷ୍ଟ୍ରସେନ କରିବା ପାଇଁ ୧୦୦ ରୁ ୨୦୦ ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଛି। ଆଜି ଡେରିଗାଁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଟୀକାକରଣ ହୋଇଛି କିନ୍ତୁ ସ୍ଥାନୀୟ ଜନସାଧାରଣ ଟୀକା ପାଇନାହାନ୍ତି। ବାହାର ଅଞ୍ଚଳରୁ ଟୀକାପାଇଥିବା ଅଭିଯୋଗ ଏଥିସହ ଏଠାରେ ମଧ୍ୟ ଟୀକା ଦ୍ବିତୀୟ ଡୋଜନେବାପାଇଁ କୁଆଡେ ୧୦୦ ରୁ ୨୦୦ ଟଙ୍କା ହାତଗୁଞ୍ଜା ଦେବାକୁ ପଡୁଛି ସେଥିପାଇଁ ଏଠାକାର ଲୋକଙ୍କୁ ଟୀକାମିଳିନି ବାହାର ଲୋକଙ୍କୁ ଟଙ୍କାଦେବାରୁ ଟୀକାକରଣ ହେଉଛି ବୋଲି ଏଠାକାର ଲୋକେ ଗୁରୁତର ଅଭିଯୋଗ କରିଛନ୍ତି। ଏଣୁ ଏହାର ଏକ ବିଭାଗୀୟ ତଦନ୍ତ କରାଯାଉ ଏବଂ ଦୋଷୀଙ୍କ ବିରୋଧରେ ଦୃଢ଼କାର୍ଯ୍ୟନୁଷ୍ଠାନ ନିଆଯାଉ ବୋଲି ଡେରିଗାଁ ପଞ୍ଚାୟତର ଜନସାଧାରଣ ଦାବୀ କରିଛନ୍ତି। ଏହି ପଂଚାୟତର ୧୫ କିମି ଦୂର ବିଲିଡି,ସାରିପାଡୁ,ଦୁର୍ଗମ ଅଞ୍ଚଳରୁ ଅନେକ ବୃଦ୍ଧାବୃଦ୍ଧ ଚାଲି ଚାଲି ଆସି ଟୀକା ନ ପାଇ ନିରାଶରେ ଫେରିଛନ୍ତି। ସେମାନେ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଖବର ଦେବାରୁ ସେମାନେ ଏତେ ଦୂରରୁ ଚାଲି ଚାଲି ଆସିଥିଲେ। ମାସ ମାସ ଧରି ଡାକ୍ତର ଏଠାକୁ ଆସୁନାହାନ୍ତି,ଫାର୍ମାସିଷ୍ଟ ଓ ଝାଡୁଦାର ଦ୍ୱାରା ସ୍ୱାସ୍ଥ୍ୟକେନ୍ଦ୍ର ପରିଚାଳିତ ହେଉଛି ବୋଲି ଗ୍ରାମବାସୀ କହିଛନ୍ତି।

(ରିପୋର୍ଟ- ନବୀନ ନାୟକ ବେହେରା। )

Comments (0)
Add Comment