ଭଞ୍ଜନଗର,୧୮/୦୪(ପିପିଟି) : ଭଞ୍ଜନଗର ଥାନା ଅଧୀନ ଭଞ୍ଜନଗର ଧୋବାତଇଲା ଗ୍ରାମ ନିକଟ ଏକ ଆମ୍ବ ଗଛରୁ ସୋମବାର ସନ୍ଧ୍ୟାରେ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ ଧୋବାତଇଲା ଗ୍ରାମର ପରମା ମଳିକ (୫୫) । ସେ ଗତ ଦୁଇଦିନ ହେବ କେଉଁ ଆଡେ ଚାଲିଯାଇ ଥିଲେ ବେଳେ ନିକଟସ୍ଥ ଆମ୍ବ ତୋଟା ନିକଟରେ ଆଜି ତାଙ୍କ ଝୁଲନ୍ତା ମୃତ ଦେହ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡ଼ିକାଲକୁ ପଠାଇ ତଦନ୍ତ ଆରମ୍ଭ କରିଛି। ଆସନ୍ତା କାଲି ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗକୁ ହସ୍ତାନ୍ତର କରାଯିବ ବୋଲି ପୋଲିସ କହିଛି। ମୃତ୍ୟୁର କାରଣ ଜଣାପଡ଼ିନାହିଁ ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )