ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତ ଦେହ ଉଦ୍ଧାର; ମୃତ ମହିଳାଙ୍କ ମା ଆଣିଲେ ହତ୍ୟା ଅଭିଯୋଗ ।

ବ୍ରହ୍ମପୁର,୨୮/୦୫(ପିପିଟି); କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ରୋହିଗାଁ ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ସଦରଥାନା ଅନ୍ତର୍ଗତ ରୋହିଗାଁରେ ଆଜି ଏକ ବଧୂହତ୍ୟା ହୋଇଥିବା ନେଇ ମୃତକଙ୍କ ମାଁ ଥାନାରେ ଅଭିଯୋଗ କରିଛି । ସଦରଥାନା ପକ୍ଷରୁ ଅନୁସନ୍ଧାନ ଆରମ୍ଭ ହୋଇଛି । ଘଟଣାରୁ ପ୍ରକାଶ ଯେ ବୁଧବାର ରାତ୍ରି ସମୟରେ ମନ୍ଦାକିନୀ ସ୍ୱାଇଁ ନାମକ ମହିଳାଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଦେଖିବାକୁ ମିଳିଥିଲା । ଶାଶୁଘର ପରିବାର ବର୍ଗ ତାଙ୍କୁ ନିଜେ ତଳକୁ ଓହ୍ଲାଇ ଥାନାକୁ ଖବର ଦେଇଥିଲେ । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହୋଇନଥିବାବେଳେ ପୋଲିସ୍ ଅନୁସନ୍ଧାନ ଜାରି ରଖିଛି । ସୂଚନାଯୋଗ୍ୟ ବଉଳଝୋଳି ଗ୍ରାମର ମନ୍ଦାକିନି ସ୍ୱାଇଁ ରୋହିଗାଁର ଜଳ ସ୍ୱାଇଁଙ୍କ ପୁଅ ମିଥୁନ ସ୍ୱାଇଁଙ୍କୁ ଦୁଇବର୍ଷ ତଳେ ବିବାହ କରିଥିଲେ । ବାହାଘର ପରଠାରୁ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଝଗଡ଼ା ଲାଗି ରହିଥିଲା । ତେବେ ମନ୍ଦାକିନୀର ମା’ ଅଭିଯୋଗ କରିଛନ୍ତି ଯେ ଶଶୁର ଘର ଲୋକେ ତାଙ୍କ ଝିଅକୁ ମାରି ତା’ର ଶବକୁ ଝୁଲାଇ ଦେଇଥିବା ଅଭିଯୋଗ କରିଛନ୍ତି । ଏ ନେଇ ସଦର ଥାନାରେ କେସ ନଂ ୧୬୩/୨୧ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରହିଥିବା ସଦରଥାନା ଅଧିକାରୀ ମହେନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।

(ରିପୋର୍ଟ- ଆରତ କୁମାର ହୋତା ।)

Comments (0)
Add Comment