ଝିଅର କିଡ଼ିନ ରୋଗର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ; ଝିଅକୁ ବଞ୍ଚାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ମା’ର ଆକୁଳ ନିବେଦନ ।

ସାନଖେମୁଣ୍ଡି,୦୨/୦୯(ପିପିଟି); ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଆଡପଡ଼ା ଗ୍ରାମରୁ ଆସିଛି ଏଭଳି ଏକ ଦୁଃଖ ଭରା ଘଟଣା । ଗ୍ରାମରେ ବସବାସ କରନ୍ତି ପଙ୍କଜ ରାଉତ । ତାଙ୍କରି ଦୁଇ ଝିଅକୁ ନେଇ ସୁନାର ସଂସାର । ସ୍ଵାମୀ ମହେଶ୍ୱର ରାଉତ ଆଜକୁ ପ୍ରାୟ ଚାରି ବର୍ଷ ତଳେ କ୍ୟାନ୍ସର ରୋଗରେ ପୀଡିତ ହୋଇ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ହସଖୁସିର ପରିବାରରେ ଦୁଃଖର କଳା ବାଦଲ ଢାଙ୍କି ହୋଇଗଲା । ହେଲେ ସେହି ଦୁଃଖ ଦିନକୁ ଦିନ ବଢ଼ିବାରେ ଲାଗିଲା । ବଡ ଝିଅ ଖୋଜି ରାଉତ ( ୧୨ ) କିଡ଼ିନ ରୋଗରେ ପୀଡିତ ହୋଇ ପେଟରେ ଯନ୍ତ୍ରଣା ହେଲା ତାକୁ ଆଡ଼ପଡ଼ା ମେଡିକାଲରେ ଦେଖାଇଲେ ତାପରେ ବ୍ରହ୍ମପୁର ସିଟି ହସ୍ପିଟାଲରେ ଦେଖାଇଲେ ସେଠାରୁ ପୁଣି ବ୍ରହ୍ମପୁର ବଡମେଡିକାଲ ରେ ନେଇ ଚିକିତ୍ସା କରାଇଲେ । ସେତେବେଳେ ଜାଣିବାକୁ ପାଇଲେ ଝିଅର ଗୋଟିଏ କିଡିନ ଖରାପ୍ ହୋଇଯାଇଛି । ସେଠାରେ ମଧ୍ୟ କୌଣସି ସୁଫଳ ମିଳିଲାନାହିଁ ସେତେବେଳେ କୁ ଏକ ଲକ୍ଷ ଟଙ୍କା ଖର୍ଚ୍ଚ କରି ସର୍ବହରା ହୋଇଗଲେଣି ପଙ୍କଜ ରାଉତ । ପାଖରେ କାଣିକଉଡ଼ିଟିଏ ନାହିଁ କଟକ ମେଡିକାଲ କୁ ନେବାକୁ ଡାକ୍ତର ପରାମର୍ଶ ଦେଲେ । ଅସହାୟ ଅବସ୍ଥାରେ ପଙ୍କଜ ମନବଳକୁ ଦୃଢ କରି ଧାର କରଜ କରି କଟକ ମେଡ଼ିକାଲକୁ ନେଲେ ହେଲେ ସେଠାରେ ଦୁଇ ଦିନ ଚିକିତ୍ସିତ ହୋଇ ଭଲ ହୋଇ ଘରକୁ ଫେରିଲେ । ହେଲେ ଏବେ ପୁଣି ସେହି କିଡ଼ିନ ରୋଗ ବଢ଼ିବାରେ ଲାଗିଲାଣି ମା ର ପଣତ କାନିତଳେ ହିଁ ରହୁଛି ତିଳେ ମାତ୍ର ମା’ କୁ ଛାଡି ରହିପାରୁନି । ଖେଳ କୁଦ ସମୟରେ ଶିଶୁଟି ଯନ୍ତ୍ରଣା ରେ ଛଟପଟ ହୋଇ ମା ର ପଣତ କାନିର ଆଢୁଆଳରେ ରହୁଛି । ଅର୍ଥ ଅଭାବରୁ ଝିଅର ଚିକିତ୍ସା କରିପାରୁନଥିବା ମାଁ କହିଛନ୍ତି । ଏଭଳି ସ୍ଥିତିରେ ଝିଅର ଚିକିତ୍ସା ନିମନ୍ତେ ସରକାରଙ୍କ ପାଖରେ ଆକୁଳ ନିବେଦନ କରିଛନ୍ତି ମାଁ । ଅନ୍ୟପଟେ ସରକାର ଘୋଷଣା କରୁଛନ୍ତି ସ୍ୱାସ୍ଥ୍ୟ ବୀମା ଯୋଜନାରେ ସମସ୍ତ ହିତାଧିକାରୀ ସ୍ୱାସ୍ଥ୍ୟ ବୀମା ଯୋଜନାର ଲାଭ ଉଠାଇ ପାରିବେ କିନ୍ତୁ ଏହି ଅସହାୟ ପରିବାର ପାଇଁ ଅଣଦେଖା କାହିଁକି ଏଠି ବଡ ପ୍ରଶ୍ନ ସୃଷ୍ଟି ହେଉଚି । ଏହି ଅସହାୟ ପରିବାରକୁ ସରକାର କିମ୍ବା କୌଣସି ବଦାନ୍ୟ ବ୍ୟକ୍ତି ସାହାଯ୍ୟର ହାତବଢେଇବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି । ନିଜେ ସର୍ବହରା ହୋଇ ପଡିଥିବାରୁ ଏବେ ରୋଗୀ ଝିଅକୁ ନେଇ ରହୁଛନ୍ତି ଆଡ଼ପଡ଼ା ଗ୍ରାମ ଗଣେଶ ପେଣ୍ଠ ସାହିରେ । ମାନ୍ୟବର ମୁଖ୍ୟନ୍ତ୍ରୀଙ୍କୁ ଆକୁଳ ନିବେଦନ କରିଛନ୍ତି ମା ତାଙ୍କ ଝିଅକୁ ଭଲ କରିବା ପାଇଁ ।

(ରିପୋର୍ଟ- ଆରତ କୁମାର ପ୍ରଧାନ। )

Comments (0)
Add Comment