ଝାମୁଯାତ୍ରାରେ ନିଆଁରେ ଚାଲିଲେ ଭଗତା ଓ କାଳୀରୁଦ୍ର ଉପାସକ।

ବୋଲଗଡ଼,୧୪/୦୪(ପିପିଟି) ବୋଲଗଡ଼ ବ୍ଲକ ଅଂଚଳରେ ରବିବାର ଆନନ୍ଦ ଉଲ୍ଲାସର ମାହୋଲରେ ଝାମୁଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ଦଣ୍ଡଯାତ୍ରା ଓଡ଼ିଆ ମାନଙ୍କର ଏକ ପ୍ରମୁଖ ପର୍ବ ଥିବାରେ ରାଜ୍ୟର ବିଭିର୍ଣ୍ଣ ଜିଲ୍ଲା ଅଂଚଳରେ ୭ଦିନିଆ,୯,୧୩ ଓ ୨୧ଦିନିଆ ନିଶାର୍ଦ୍ଧରେ ପାଣିତୋଳା ଯାଇ ଦଣ୍ଡ ଭାଗତାମାନେ ନିଷ୍ଠା, ଭକ୍ତି ଓ ଶୁଦ୍ଧପୂତ ଭାବେ କେବଳ ସନ୍ଧ୍ୟାରେ ଥରେ ମାତ୍ର ପଣା ସାରି ମହାବିଷୁବ ସଂକ୍ରାନ୍ତି ପର୍ଯ୍ୟନ୍ତ କାମନା ଠାକୁରଙ୍କର ରୀତିନୀତି ନିୟମର ସହ ରହିବାର କାହିଁ କେଉଁ ଆଦିମ କାଳରୁ ପରମ୍ପରା ଭାବେ ପାଳନ ହୋଇ ଆସୁଅଛି।ଏହି ଝାମୁଯାତ୍ରା ଅବସରରେ ଖୋର୍ଦ୍ଧା ଜିଲ୍ଲା ର ବୋଲଗଡ଼ ର ପ୍ରତେକ ସ୍ଥାନରେ ତଥା-ବୋଲଗଡ଼,ସଂପୁର,କୁମୁଟିସାହି ଘୋରଡ଼ିଆ,ହାଟସାହି,ବାରବାଟି,ସୀମାପଲ୍ଲୀ,ରୋଳସିଂହ,ଚୁଡା, ତୃତୀୟାପଡା,ଠଣାପଲ୍ଲୀ, ଦିବ୍ୟସିଂହପୁର ଶାସନ, ଆରିକମା,ଦେଉଳି,ବାଙ୍କୋଇ, ମଣ୍ଡଳସିଂହ,ଅସରଳା ସମେତ ବ୍ଲକ ଅଂଚଳର ପ୍ରମୁଖ ଗାଁ ମାନଙ୍କରେ ଦଣ୍ଡ ବ୍ରତ ତଥା କାଳୀରୁଦ୍ର ଉପାସକ ବ୍ରତ ପାଳନ କରାଯାଇଛି।ପରମ୍ପରା ଅନୁଯାୟୀ କେତେକ କୋଠି ମାନଙ୍କରେ ନିଆଁ ଗର୍ତରେ ଭାଗତା ଚାଲିବାର ବ୍ୟବସ୍ଥା ରହିଥିବା ବେଳେ କେଉଁ ଠାରେ ଓହଳତୋପ,ପାଟଫୋଡା,କଣ୍ଟା ଅରଟି,ପାଣିଦଣ୍ଡ,ଧୂଳିଦଣ୍ଡ ଓ ଭକ୍ତିପୁତ ଭାବେ କେଉଁଠାରେ କେବଳ କଣ୍ଟାରେ ଭାଗତା ଗଡ଼ିବାର ବ୍ୟବସ୍ଥା ଆଦିମକାଳରୁ ରହି ଆସିଅଛି।ଏହି ପ୍ରରିପେକ୍ଷିରେ ସ୍ଥାନୀୟ ଭାଗତାଙ୍କ ସମେତ ମା’କାଳୀ ଉପାସକ ମାନେ ବିରାଟ ଶୋଭାଯାତ୍ରାରେ ସ୍ଥାନୀୟ ଅମୃତ ପୁଷ୍କରିଣୀରୁ ସ୍ନାନ ସାରି କାମନା ମନ୍ଦିର ନିକଟରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ୩୨ହାତ ନିଆଁ ଗାଡ଼ରେ ଭାଗତା, କାଳେସୀ, ଓ ମାନସିକଧାରୀ ପ୍ରମୁଖମାନେ ଝାମୁ ଚାଲିଥିଲେ।ସନ୍ଧ୍ୟାରେ କେତେକ କାମନା ମନ୍ଦିର ନିକଟରେ ଆତସ ବାଜିର ପ୍ରତିଯୋଗିତା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଅଛି।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment