ଝଙ୍କଡ଼ ମା ସାରଳା ଠାକୁରାଣୀଙ୍କ ସାର୍ବଜନୀନ ଶାରଦୀୟ ପାର୍ବଣ ପୂଜା ଆରମ୍ଭ ।

ଜଗତସିଂହପୁର,୧୦/୯୦(ପିପିଟି); ଗତ ବୁଧବାର ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ଶାରଳା ଓ ବିଭିନ୍ନ ଦେବୀ ପୀଠ ମାନଙ୍କରେ ସହସ୍ରା କୁମ୍ଭାଭିଷେକ ନୀତି ଅନୁଷ୍ଠିତ ହେଉଛି । ଏଥିପାଇଁ ଦେବୀପୀଠ ମାନଙ୍କରେ ସତନ୍ତ୍ର ପାର୍ବଣର ପ୍ରଥମ ନୀତି କାନ୍ତି ଅନୁଷ୍ଠିତ ହେଇଥିଲା । ବୈଦିକ କର୍ମକାଣ୍ଡ ଅନୁସାରେ ରାଧାଷ୍ଟମୀ ଠାରୁ ମୂଳାଷ୍ଟମୀ ପର୍ଯ୍ୟନ୍ତ ମା’ ଶୟନ କରିଥାନ୍ତି । ମୂଳାଷ୍ଟମୀ ଦିନ ମାଆଙ୍କୁ ଜାଗ୍ରତ କରାଯାଇ ସୁବାସିତ ଜଳରେ ସହସ୍ର କୁମ୍ଭରେ ସ୍ନାନ କରିବାର ବିଧି ରହିଛି । ଏହା ଆଜି ସମ୍ପାଦିତ ହୋଇଥିଲା । ପାର୍ବଣର ପ୍ରଥମ ଦିନରେ ମହାସ୍ନାନ ଉପଚାର କରାଯାଇ ବିଭିନ୍ନ ବେଶରେ ମା’ଙ୍କୁ ସଜିତ କରାଯାଇଥିଲା । ଆସନ୍ତାକାଲି ଠାରୁ ଷୋଡଶ ଦିନାତ୍ମକ ପାର୍ବଣ ପୂଜା ଅନୁଷ୍ଟିତ ହେବ । ଚଳିତ ବର୍ଷ ଯୋଡ଼ା ଆଶ୍ୱିନ ପଡୁଥିବାରୁ ୪୮ ଦିନ ପର୍ଯ୍ୟନ୍ତ ପାର୍ବଣ ପୂଜା କରାଯିବ । ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।ଝଙ୍କଡର ଅଧିଷ୍ଠିତ ଦେବୀ ମା’ ଶାରଳା, ଜଗତସିଂହପୁର ଉପକଣ୍ଠ ମା’, କନକ ଦୁର୍ଗା, ନାଉଗାଁ ସ୍ତିଥ କୁତାମ ଚଣ୍ଡୀ, କେନ୍ଦଲ ସ୍ତିଥ ମା’, ଦୁର୍ଗା ତାରିଣୀ ଆଦି ପୀଠରେ ଆଜି ଠାରୁ ପାର୍ବଣ ପୂଜା ଆରମ୍ଭ ହୋଇଛି । ରିପୋର୍ଟ – ପ୍ରତାପ କୁମାର ସିଂହ ।

Comments (0)
Add Comment