ଭୁବନେଶ୍ବର,୧୩/୦୧:ଡ଼କ୍ଟର ରାୟ ଏହି ପତ୍ରିକା ଉନ୍ମୋଚନ କରି, ଏହି ଅଭିନବ ଉଦ୍ୟମ ପାଇଁ ଅଭିନନ୍ଦନ ଜଣେଇବା ସହ ଓଡ଼ିଶାରେ ଇଂରାଜୀ ଓ ହିନ୍ଦୀ ଭାଷାରେ ସାହିତ୍ୟ ସୃଷ୍ଟିକରୁଥିବା, ସାରସ୍ୱତ ସାଧକଙ୍କ ପାଇଁ, ଏହି ପତ୍ରିକା ସୁଯୋଗସୃଷ୍ଟି କରିବ ବୋଲି ମତଦେଇଥିଲେ ।
ଉନ୍ମୋଚନ ଉତ୍ସବରେ ସମ୍ମାନୀତ ଅତିଥି ଭାବେ କୀଟ୍ ବିଶ୍ୱବିଦ୍ୟାଳୟର ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦେଶକ ରକ୍ଷକ ନାୟକ, କବି ଉମାକାନ୍ତ ରାଉତ, ଗାଳ୍ପିକ ଅରବିନ୍ଦ ରାୟ ଓ ଡାକ୍ତର ମାର୍କେଣ୍ଡେୟ ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ଏହି ପତ୍ରିକା, ନୂତନ ସାରସ୍ୱତ ପ୍ରତିଭାମାନଙ୍କୁ ପ୍ରେରିତ କରିବ ବୋଲି ଆଶାକରିଥିଲେ ।
ସମ୍ପାଦକ ଡ଼କ୍ଟର ପ୍ରଭାସ ଆଚାର୍ଯ୍ୟ ପ୍ରତିକାର ଆଭିମୁଖ ସମ୍ପର୍କରେ ସୂଚନା ଦେଇଥିବାବେଳେ ସୁଶ୍ରୀ ବରଦାଲକ୍ଷ୍ମୀ ଧନ୍ୟବାଦ ଦେଇଥିଲେ।