ଜୈବିକ ଓ ବିଷମୁକ୍ତ ଚାଷ ନେଇ ଏକ ଆଳୋଚନା ଚକ୍ର ।

ଉଲୁଣ୍ଡା ,୧୯୵୦୬(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସଦର ସ୍ଥିତ ଅନ୍ନପୁର୍ଣ୍ଣା ରେସିଡେନ୍ସି ପରିସର ରେ ଜୈବିକ ଚାଷ ବିଷମୁକ୍ତ ଚାଷ ନେଇ ଏକ ଆଳୋଚନା ଚକ୍ର ଅନୁଷ୍ଟିତ ହୋଇଯାଇଛି । ଜୈବିକ ଚାଷ ବିଷମୁକ୍ତ ଚାଷ ନେଇ ଉପସ୍ଥିତ ଚାଷି ମାନଙ୍କୁ ସମ୍ବଳ ବ୍ୟକ୍ତି ଭାବେ ବୀରମହାରାଜପୁର ବ୍ଲକ କୃଷି ଅଧିକାରି ତଥା ଆତ୍ମାର କନଭେନର ମକରଧ୍ବଜ ପଟେଳ ଯୋଗଦେଇ ବର୍ତ୍ତମାନ ପରିସ୍ଥିତି ରେ ଚାଷି ଅଧିକ ଅମଳ ଆଶାରେ ମାତ୍ରାଧିକ ରସାୟନିକ ସାର ସହିତ ବ୍ୟାପକ ପରିମାଣ ରେ କିଟନାଶକ ବ୍ୟବହାର ଫଳରେ ଅମଲଯୁକ୍ତ ଫସଳ ବ୍ୟବହାର ସମୟରେ ବିଷଯୁକ୍ତ ହୋଇ ବିଭିନ୍ନ ସମୟରେ ଅନେକ ରୋଗର କାରଣ ହେଉଥିବା କହିବା ସହିତ ଯଦି ଚାଷି ରସାୟନିକ ଓ କିଟାନାଶକ ବ୍ୟବହାର ରୁ ଦୁରେଇ ରହି ଜୈବିକ ପଦ୍ଧିତିରେ ଚାଷ କରନ୍ତି ତେବେ ସମ୍ପୁର୍ଣ ବିଷମୁକ୍ତ ଫସଳ ପାଇବା ସହ ଉକ୍ତ ଫସଳ କୁ ବ୍ୟବହାର କରି ନିରୋଗ ହୋଇପାରିବା ବୋଲି ଉପସ୍ଥିତ ଚାଷି ଙ୍କ ସହ ଆଳୋଚନା କରିଥିଲେ । ଅନ୍ୟତମ ସମ୍ବଳ ବ୍ୟକ୍ତି ଭାବେ ଏଟିଏମ ମୀନକେତନ ମହାକୁର ଯୋଗଦେଇ ଜୈବିକ ଚାଷ କରିବା ପ୍ରଣାଲି ଏବଂ ଜୈବିକ ଚାଷ ର ଉପାଦେୟତା ବିଷୟରେ ଚାଷି ମାନଙ୍କୁ ସୁଚନା ଦେବା ସହ ଜୈବିକ ପ୍ରଣାଲିରେ ଚାଷ କରିବାକୁ ଆଲୋଚନା କରିଥିଲେ । ଅଞ୍ଚଳ ରୁ ୧୦୦ ରୁ ଉର୍ଧ ଚାଷି ଆଲୋଚନା ଚକ୍ରରେ ଉପସ୍ଥିତ ରହିବା ସହ ଆଲୋଚନାରେ ଭାଗ ନେଇଥିଲେ । କାର୍ଯ୍ୟକ୍ରମରେ ବିରାମହରାଜପୁର ଅଞ୍ଚଳର ଆୟୋଜକ ଚାଷୀ ସୁଶୀଲ କୁମାର ଅମାତ,ଭାରଦ୍ୱାଜ କର୍ମୀ, ହେମନ୍ତ ମହାକୁର,ସତ୍ୟନାରାୟଣ ମେହେର , ଚାଷୀ ବେଣୁଧର ଭୋଇ,କାଳିନ୍ଦୀ ଚରଣ କର୍ଣ୍ଣ, ସହଦେବ ମନ୍ତ୍ରୀ,ଭାଗିରଥି ମାଝୀ ,ସୁବ୍ରତ ପାଣିଗ୍ରାହୀ,ସୁରେଶ ମିଶ୍ର,ରୋହିଣୀ ସାହୁ,ସୁଦର୍ଶନ ସାଣ୍ଢ,ନିରାକାର ସାହୁ, ଶିବ ନାଏକ ଯୋଗଦେଇ ଜୈବିକ ଚାଷ ବିଷୟରେ ବିଭିନ୍ନ ବିଷୟ ନେଇ ଆଳୋଚନା କରିଥିଲେ ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Comments (0)
Add Comment