ଭଞ୍ଜନଗର,୨୧/୧୧(ପିପିଟି): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପ କାରାଗାରରେ ଜଣେ ବିଚାରଧୀନ କଏଦୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତକ କଏଦୀ ଜଣଙ୍କ ହେଲେ ଭଞ୍ଜନଗର ଥାନା ଅନ୍ତର୍ଗତ ଡ଼ୁମାକୁମ୍ପା ଗ୍ରାମର ତୋଫାନ ନାଇକ । ସେ କୌଣସି ଏକ ମାମଲାରେ ସମ୍ପୃକ୍ତ ଥିବାରୁ ଗତ ଦୁଇଦିନ ପୂର୍ବେ ତାଙ୍କୁ ପୁରୁଣା ୱାରେଣ୍ଟରେ ଗିରଫ କରି ଭଞ୍ଜନଗର ଜେଲକୁ ପଠାଯାଇଥିଲା। କାରାଗାର ଶୌଚାଳୟରୁ ଆଜି ସକାଳେ ଝୁଲନ୍ତା ଅବସ୍ଥାରେ ତୋଫାନକୁ ଉଦ୍ଧାର କରାଯାଇ ମେଡିକାଲକୁ ନେବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଆମ୍ତହତ୍ୟାର କାରଣ ସ୍ପଷ୍ଟ ହୋଇନଥିବା ଜେଲ କର୍ତ୍ତୃପକ୍ଷ କହିଛନ୍ତି ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )